ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିବାରୁ ସ୍ୱାମୀ ଗୁପ୍ତାଙ୍ଗ କାଟି ଦି ଖଣ୍ଡ କରିଦେଲା ସ୍ତ୍ରୀ

ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିବା ସ୍ୱାମୀର ଗୁପ୍ତାଙ୍ଗ କାଟିଲା ସ୍ତ୍ରୀ। ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ମଧ୍ୟ ପ୍ରଦେଶର ଟିକମଗଡ଼ଠାରେ। ଏଠାରେ ସ୍ତ୍ରୀ ସହ ବଳପୂର୍ବକ ସମ୍ଭୋଗ କରିବାକୁ ଚାହୁଁଥିବା ୨୬ ବର୍ଷୀୟ ସ୍ୱାମୀର ପ୍ରାଇଭେଟ ପାର୍ଟକୁ ଛୁରୀରେ କାଟିଦେଇଛି ୨୪ ବର୍ଷୀୟା ସ୍ତ୍ରୀ। ତେବେ ପୋଲିସ ଏବେ ମାମଲାର ଯାଞ୍ଚ କରୁଛି।

ଏହି ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀ କହିଛନ୍ତି, ବିନୋଦ ରାଜପୁତ (୨୬) ସ୍ତ୍ରୀ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲା। କିନ୍ତୁ ସ୍ତ୍ରୀ ବିରକ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିଲା ଓ ଏକ ଧାରୁଆ ଅସ୍ତ୍ରରେ ପ୍ରାଇଭେଟ ପାର୍ଟକୁ କାଟି ଦେଇଥିଲା। ଘଟଣାର ତୁରନ୍ତ ପରେ ପୀଡ଼ିତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଟିକେ ଭଲ ଥିବା ଜଣାଯାଇଛି। ଏହି ଘଟଣା ଡିସେମ୍ବର ୭ ରେ ଘଟିଥିବା ବେଳେ ୧୩ ତାରିଖରେ ଥାନାରେ ମାମଲା ରୁଜୁ ହୋଇଛି।

ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଯେ ଏହି ସ୍ଵାମୀ ସ୍ତ୍ରୀ ୨୦୧୯ ମସିହାରେ ବିବାହ କରିଥିଲେ। ବାହାଘରର କିଛି ମାସ ପରଠାରୁ ହିଁ ସେମାନଙ୍କ ମଧ୍ୟରେ କଳି ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଫଳରେ ଉଭୟେ ଅଲଗା ରହୁଥିଲେ। କିନ୍ତୁ ଗତ କିଛିଦିନ ହେଲା ଉଭୟେ ଏକାଠି ରହିବା ଆରମ୍ଭ କରିଥିଲେ। କିନ୍ତୁ ଏବେ ଏଭଳି ଘଟଣା ଘଟିଛି।

ଅନ୍ୟପଟେ ଏହି ଘଟଣା ପରେ ପୀଡ଼ିତ ବିନୋଦ ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ପତ୍ନୀଙ୍କ ବିରୋଧରେ ଆଇପିସି ଧାରା ୩୨୪ ଅଧୀନରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।