ବ୍ରହ୍ମଚାରୀ ହେବା ପରେ ବି କେମିତି ହେଲା ହନୁମାନଙ୍କ ପୁତ୍ର ଜନ୍ମ, ଜାଣନ୍ତୁ

ସଙ୍କଟମୋଚନ ମହାବୀର ହନୁମାନ। ଆମ ହିନ୍ଦୁ ଧର୍ମରେ ହନୁମାନଙ୍କୁ ନେଇ ଭକ୍ତଙ୍କର ରହିଛି ଅନେକ ବିଶ୍ୱାସ। ଭକ୍ତଟି ଅସୁବିଧାରେ ପଡ଼ିଥିଲେ ପ୍ରଥମେ ସଙ୍କଟମୋଚନଙ୍କ ନାମ ସ୍ମରଣ କରିଥାଏ। ଭଗବାନ ମଧ୍ୟ ନିଜ ଭକ୍ତଙ୍କର ସବୁ ସମସ୍ୟାର ସମାଧାନ କରିଥାନ୍ତି। ଏମିତିରେ ହନୁମାନଙ୍କୁ ଅନେକ ଦେବଦେବୀଙ୍କ ବରଦାନ ପ୍ରାପ୍ତ ହୋଇଛି। କୁହାଯାଏ ଯେ, କେବଳ ସୀତା ମାତା ହନୁମାନଙ୍କୁ ଆଠ ପ୍ରକାରର ସିଦ୍ଧି ବରଦାନ ପ୍ରାପ୍ତ କରିଥିଲେ। ଏହାବ୍ୟତିତ ସୂର୍ଯ୍ୟ ଓ ଇନ୍ଦ୍ର ଦେବ ମଧ୍ୟ ଖୁସି ହୋଇ ହନୁମାନଙ୍କୁ ଅନେକ ଶକ୍ତି ପ୍ରଦାନ କରିଥିଲେ।

ସୃଷ୍ଟି କର୍ତ୍ତା ବ୍ରହ୍ମା ହନୁମାନଙ୍କୁ ୩ଟି ବର ପ୍ରଦାନ କରିଥିଲେ । ଏହା ମଧ୍ୟରୁ ଗୋଟିଲ ବରଦାନ ଏଭଳି ଥିଲା ଯେ ହନୁମାନଙ୍କ ଉପରେ ବ୍ରହ୍ମାସ୍ତ୍ରର ପ୍ରଭାବ ମଧ୍ୟ ପଡ଼ିନଥିଲା ଆଜି ଆମେ ପ୍ରଭୁଙ୍କ ସହ ଜଡ଼ିତ ୫ଟି ରହସ୍ୟ ସମ୍ପର୍କରେ ଜାଣିବା ଯାହା ଆଜି ବି ଚମତ୍କାରିତା ମନାଯାଏ। କୁହାଯାଏ ଯେ, ହନୁମାନଙ୍କୁ ଇନ୍ଦ୍ରଦେବ ଇଚ୍ଛା ମୃତ୍ୟୁର ବରଦାନ ଦେଇଥିଲେ । ଏହାସହ ପ୍ରଭୁ ଶ୍ରୀରାମ ହନୁମାନଙ୍କୁ କଳିଯୁଗ ଶେଷ ପର୍ଯ୍ୟନ୍ତ ରହିବାର ବରଦାନ ପ୍ରଦାନ କରିଥିଲେ । ଆଉ ଆମେ ବର୍ତ୍ତମାନ କଳିଯୁଗରେ ଅଛୁ। ହୁଏତ ଏଥିପାଇଁ ଅନେକ ଲୋକ ସଙ୍କଟମୋଚନଙ୍କ ପାଇଁ ନିଜ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିଛନ୍ତି। ପ୍ରଭୁଙ୍କ ପାଇଁ ଅନେକ ଆସ୍ଥା ଓ ବିଶ୍ୱାସ ମଧ୍ୟ ରହିଛି। ପ୍ରଭୁଙ୍କୁ ସମସ୍ୟାରେ ଥରେ ଡାକିଦେଲେ ସେ ସବୁ ସମସ୍ୟାର ସମାଧାନ କରିଦିଅନ୍ତି। କିନ୍ତୁ ଏଥିପାଇଁ ଆପଣଙ୍କୁ ଭଗବାନଙ୍କ ଉପରେ ଭରସା ସହ ସମୟକୁ ନେଇ ଧୈର୍ଯ୍ୟ ରଖିବାକୁ ହେବ। ଏମିତିରେ ମାତା ସୀତାଙ୍କ ବରଦାନରେ ପ୍ରଭୁ ଚିରଞ୍ଜିବୀ ମଧ୍ୟ ।

ରଘୁବୀର ଶ୍ରୀମଦଭାଗବତ ମୁତାବିକ କଳିଯୁଗରେ ହନୁମାନଙ୍କ ନିବାସ ଗୋବର୍ଦ୍ଧନ ପର୍ବତରେ ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି, ହନୁମାନଙ୍କର ପୁତ୍ର ମଧ୍ୟ ଅଛନ୍ତି। ତେବେ ହନୁମାନ ତ ବ୍ରହ୍ମଚାରୀ, ଏହାପରେ ବି ତାଙ୍କର ପୁତ୍ରକୁ ନେଇ ଅନେକ ପ୍ରଶ୍ନ ଉଠିଥାଏ । ପ୍ରଭୁଙ୍କର ଝାଳରୁ ଏକ ପୁତ୍ର ଜନ୍ମ ହୋଇଥିଲା। ଯେବେ ହନୁମାନ ଲଙ୍କାରେ ନିଆଁ ଲଗାଇ ସମୁଦ୍ରକୁ ଆସି ନିଜ ତାପକୁ କମାଇବାକୁ ଚାହୁଁଥିଲେ ସେବେ ତାଙ୍କ ଶରୀରରୁ ପଡିଥିବା ଝାଳ କୁମ୍ଭୀର ପାଟିରେ ପଡ଼ିଥିଲା। ଯାହାର ପ୍ରଭାବରେ ଏକ ପୁତ୍ର ଜନ୍ମ ନେଇଥିଲା। ପରେ ଏହି ପୁତ୍ରର ନାମ ମକରଧ୍ୱଜ ରଖାଗଲ।ା

କୁହାଯାଏ ଯେ ହନୁମାନଙ୍କ ଜନ୍ମ କର୍ଣ୍ଣାଟକର କୋପଳ ଜିଲ୍ଲାରେ ହମ୍ପି ପାଖରେ ହୋଇଥିଲା । ଏହାପାଖରେ ଥିବା ମାତଙ୍ଗ ଋଷିଙ୍କ ଆଶ୍ରମରେ ହନୁମାନଙ୍କ ଜନ୍ମ ହୋଇଥିଲା। କୁହାଯାଏ ଯେ, ଶ୍ରୀରାମଙ୍କ ଜନ୍ମ ପୂର୍ବରୁ ହନୁମାନଙ୍କ ଜନ୍ମ ହୋଇଥିଲା। ହନୁମାନ ଚୈତ୍ର ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଦିନ ଜନ୍ମ ଗ୍ରହଣ କରିଥିଲେ । ତେବେ ହନୁମାନ ପ୍ରଭୁ ରାମଙ୍କ ସହିତ ମା ଜଗଦମ୍ବାଙ୍କର ମଧ୍ୟ ସେବକ। ଏମିତି ବି ମନାଯାଏ ଯେ ଯେବେ ମାତା ଚାଲିଥାନ୍ତି ତାଙ୍କ ଆଗେ ଆଗେ ହନୁମାନ ଯାଇଥାନ୍ତି। ତାଙ୍କ ପଛରେ ବାବା ଭୈରବ ମଧ୍ୟ ରହିଥାନ୍ତି। ତେଣୁ ମାତାଙ୍କ ମନ୍ଦିରରେ ମଧ୍ୟ ହନୁମାନ, ଭୈରବଙ୍କ ପ୍ରତିମୂର୍ତ୍ତିକୁ ରଖି ପୂଜା କରାଯାଏ।