ନୂଆ ବର୍ଷରେ ନୂଆ ଭବିଷ୍ୟତ, ଜାଣନ୍ତୁ ଆପଣଙ୍କ ୨୦୨୨ର ଭାଗ୍ୟ

ଆଉ କିଛି ଦିନ ପରେ ଶେଷ ହେବ ୨୦୨୧। ପୂର୍ବ ବର୍ଷ ଯେପରି ରହିଥିଲେ ମଧ୍ୟ ଆସନ୍ତା ବର୍ଷ ଭଲ ରହୁ ବୋଲି ପ୍ରତ୍ୟେକ ବ୍ୟକ୍ତି ଇଛା କରିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ୨୦୨୨ ରେ ୧୨ ଟି ରାଶି ଯଦି ଏହିସବୁ କଥା ଉପରେ ଧ୍ୟାନ ରଖିବେ ତେବେ ଆସନ୍ତା ବର୍ଷ ନିଶ୍ଚୟ ଭାଗ୍ୟ ଉଜ୍ୱଳ ହୋଇଯିବ। ସମସ୍ତେ ଜାଣିବାକୁ ପସନ୍ଦ କରନ୍ତି ଯେ କଣ ରହିଛି ନିଜ ନିଜ ରାଶିର ଭବିଷ୍ୟତ । ରାଶି ଜରିଆରେ ବ୍ୟକ୍ତି ନିଜର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜାଣି ପାରିଥାଏ । ତେବେ ଆସନ୍ତା ନୂଆବର୍ଷରେ ଏହି ୧୨ଟି ରାଶିରେ କଣ ସବୁ ଘଟିବାକୁ ଯାଉଛି  ଜାଣିବା…

ମେଷ –ଯେତେବେଳେ ଶନିଦେବ ନିଜର ଗତି ପରିବର୍ତ୍ତନ କରନ୍ତି ତେବେ ସେହି ସମୟରେ ସେ କାହା ଉପରେ ଖୁସି ହୁଅନ୍ତି ତ କାହା ଉପରେ ତାଙ୍କର ଖରାପ ଦୃଷ୍ଟି ପଡିଥାଏ । କିନ୍ତୁ ଆସନ୍ତା ବର୍ଷ ମେଷ ରାଶି ଉପରେ ଶନିଦେବ ବହୁତ ପ୍ରସନ୍ନ ରହିବେ । ଏହି ରାଶିର ଲୋକ ମାନେ ନିଜ ପରିଶ୍ରମର ଉପଯୁକ୍ତ ଫଳ ପ୍ରାପ୍ତ ହେବ । ଆଗ ଅପେକ୍ଷା ଆପଣଙ୍କ ଜୀବନରେ ନୂଆବର୍ଷରେ ଅପାର ଖୁସି ଆସିବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ମାନଙ୍କୁ ଉପହାର ମିଳିପାରେ । ଚାକିରି କ୍ଷେତ୍ର ରେ ନୂଆ ପଦ ପାଇବେ । ନୂଆ ବେପାର ଆରମ୍ଭ କରିଲେ ଧନ ଲାଭ କରିବେ । ଆପଣଙ୍କୁ ଆର୍ଥିକ ସାହାଯ୍ୟ ମିଳିବ ।

mesa

ପ୍ରେମ ସମ୍ପର୍କରେ ଆପଣ ଖୁସିରେ ରହିବେ । ଯେଉଁ ମାନେ ଚାକିରି ଖୋଜୁଛନ୍ତି ସେମାନେ ନୂଆ ଚାକିରି ପାଇବାର ଯୋଗ ରହିଛି । ଆପଣ ନୂଆ ଯାନବାହାନ କ୍ରୟ କରିବେ । ପରିବାର ଲୋକଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । ଆପଣ ଦୂର ଜାଗାକୁ ଯାତ୍ରା କରିବେ ।
ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ବର୍ଷ ଶୁଭ ।

ବୃଷ – ଆସନ୍ତା ବର୍ଷ ଏହି ରାଶିର ବ୍ୟକ୍ତିଙ୍କ କ୍ୟାରିୟର ପାଇଁ ଏହି ସମୟ ବହୁତ ଭଲ ରହିବ। ଆୟ ବୃଦ୍ଧି ପାଇବ। ଅନେକ ପ୍ରକାରର ପ୍ରୋଗ୍ରାମରେ ସକ୍ରିୟ ରହିବେ। ଆପଣ ମାସସାରା ଉତ୍ସାହ ଅନୁଭବ କରିବେ। ବୈବାହିକ ଜୀବନ ଭଲ ରହିବ। ବୁଧଙ୍କ ରାଶି ପରିବର୍ତ୍ତନ ହେତୁ ବ୍ୟବସାୟରେ ବଡ ଲାଭ ହେବାକୁ ଯାଉଛି। ପ୍ରମୋସନ୍- ଇଂକ୍ରିମେଣ୍ଟ ହେବ। ବ୍ୟବସାୟରେ ବଡ ଲାଭ ମିଳିବ। ବ୍ୟସ୍ତ ରହିଲେ ମଧ୍ୟ ପରିବାର ପାଇଁ ସମୟ ବାହାର କରନ୍ତୁ। ଏହା ଆପଣଙ୍କ ଖୁସିକୁ ଦ୍ୱିଗୁଣିତ କରିବ।

brusa

ପୁରୁଣା ସମସ୍ୟା ସୁଧୁରିଯିବ। ନୂତନ ବ୍ୟବସାୟ ଆରମ୍ଭ ଯୋଗୁ ବ୍ୟବସାୟରେ ଲାଭ ହେବ। କର୍ମକ୍ଷେତ୍ରରେ ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ବିଦ୍ୟାରେ ଉନ୍ନତି ଘଟିବ ତଥା ନୂତନ କର୍ମ ପ୍ରାପ୍ତି ହେବ। ବାଦବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତିରେ ପ୍ରଶଂସିତ ହେବେ।

ମିଥୁନ- ନୂଆବର୍ଷ ଠାରୁ ଆପଣଙ୍କ କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ସରକାରୀ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ହେବା ଫଳରେ ଭବିଷ୍ୟତରେ ଅତ୍ୟନ୍ତ ଲାଭଦାୟକ ହେବ। କର୍ମସଂଧାନୀ ମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ପାରିବାରିକ କ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ମହିଳାମାନଙ୍କର ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ପାଇବ।

ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ। ଆର୍ଥିକ ଦୃଷ୍ଟି କୋଣରୁ ଅନୁକୂଳ ରହିବ। ସରକାରୀ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ହେବା ସହ ଜାଗା, ଜମି, ଗୃହ, ବାହନ ଆଦି କ୍ରୟ କରିବାର ସୁଯୋଗ ପାଇବେ। ପୂର୍ବରୁ ଅଟକି ଥିବା କୋର୍ଟ, କଚେରୀ ମାଲି ମକଦ୍ଦମା, ବାଦ ବିବାଦ ଆଗକୁ ବଢ଼ିବ।

କର୍କଟ – ଏହି ରାଶିର ଲୋକଙ୍କ ପାଇଁ ରାହୁଙ୍କର ଭଲ ପ୍ରଭାବ ରହିବ । ଆମଦାନୀ ବଢିବ ସହ ବେପାରରେ ଲାଭ ମିଳିବ । ବିବାହୀତ ଜୀବନରେ ସୁଖ ପ୍ରାପ୍ତି ହେବ । ଜୀବନ ସାଥି ସହ ଭଲ ସମୟ ଅତିବାହିତ କରିବେ । ସନ୍ତାନ ଯୋଗୁ ଖୁସି ଖବର ମିଳିବାରୁ ଆପଣ ନିଜକୁ ଗର୍ବିତ ଅନୁଭବ କରିବେ । ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ମାତ୍ର ଅଳ୍ପ କିଛି ସମସ୍ୟା ଦେଖା ଦେବ ,ମାନସିକ ଚିନ୍ତା ରହିବ । ମାତା ପିତାଙ୍କର ସହଯୋଗ ମିଳିବ ନାହିଁ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଯେଉଁ ଠାରେ ଦରକାର ସେଠାରେ ପଇସା ଖର୍ଚ କରିବେ । ଅଗଷ୍ଟ ମାସରେ ଆପଣଙ୍କ ଦଶମ ଘରେ ବୁଧଙ୍କ ଚଳନ ରହିବ ଯାହା ଦ୍ୱାରା କିଛି ଖରାପ ସ୍ଥିତିର ପରିବର୍ତ୍ତନ ହେବ । ପାଠ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଆସନ୍ତା ବର୍ଷ ଭଲରେ ଯିବ । ଯେଉଁ ବ୍ୟକ୍ତିଙ୍କର ବିବାହ ହେଇପାରୁ ନାହିଁ ଆସନ୍ତା ବର୍ଷ ବିବାହ ଯୋଗ ହେବ ।

karkatta-

ସିଂହ- ଏହି ରାଶିର ଲୋକମାନଙ୍କର ଆସନ୍ତା ବର୍ଷ ଜୀବନରେ ବାଧା ସୃଷ୍ଟି ହେବ । ମାନସିକ ଚିନ୍ତାରେ ରହିବେ । ପଇସା ରୋଜଗାର ପାଇଁ କୌଣସି ଭୁଲ କାମ କରିବେ ନାହିଁ ନଚେତ ଆଗକୁ ସମସ୍ୟାସୃଷ୍ଟି ହୋଇପାରେ । ଶଶୁର ଘର ଲୋକଙ୍କ ସହ ସମ୍ଭନ୍ଧ ଭଲ ରହିବ । ସ୍ଵାମୀ ସ୍ତ୍ରୀଙ୍କ ଭିତରେ ସମ୍ପର୍କ ଭଲ ରହିବ । ଘରର କୌଣସି ଲୋକଙ୍କ ସହ ଝଗଡା ହୋଇପାରେ । ଦେବା ନେବା ସମୟରେ ସତର୍କ ରହିବେ । ରାହୁଙ୍କ ପ୍ରଭାବ ଯୋଗୁ ଦାମ୍ପତ୍ୟ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ । ବେପାରରେ ଲାଭ ମିଳିପାରେ । କର୍ମ କ୍ଷେତ୍ରରେ ସଫଳତା ମିଳିବ । ବାଦ ବିବାଦରୁ ଦୂରେଇ ରହିବେ। ଗାଡି ଚଳେଇବା ସମୟରେ ସତର୍କ ଅବଲମ୍ବନ କରିବେ । ସନ୍ତାନ ଯୋଗୁ ଆପଣ ଅଧିକ ଚିନ୍ତିନ୍ତ ରହିବେ । ଶିକ୍ଷା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ । ଏହି ରାଶିର ଲୋକମାନେ ସାହସୀ ଓ ପରାକ୍ରମୀ ହେବେ । ନିଜ ଶତ୍ରୁକୁ ପରାସ୍ତ କରିବେ ।

କନ୍ୟା- ଏହି ରାଶିର ଲୋକମାନଙ୍କ ଆସନ୍ତା ବର୍ଷ ଖୁବ୍‌ ଭଲ ରହିବ। ଆସନ୍ତା ବର୍ଷ ଏହି ରାଶିର ବ୍ୟକ୍ତିମାନଙ୍କୁ ନୂଆ ସଫଳତ ପ୍ରାପ୍ତ ହେବ। ୨୪ ଜାନୁଆରୀରେ ଶନି ଧନୁ ରାଶିରୁ ମକର ରାଶିକୁ ଗୋଚର କରିବା କାରଣରୁ ଆପଣଙ୍କ ରାଶି ବକ୍ର ଦୃଷ୍ଟିରୁ ମୁକ୍ତ ହୋଇଯିବ। ଯାହାର ସକରାତ୍ମକ ପ୍ରଭାବ ଆପଣଙ୍କ ଭାଗ୍ୟ, ଭବିଷ୍ୟତରେ ଦେଖିବାକୁ ମିଳିବ। ପରିବାରରେ କିଛି ମାସ ହେବ ଚିନ୍ତା ଲାଗି ରହିବା କାରଣରୁ ପାରିବାରିକ କଳହରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଅଣଦେଖା କରିବା ଦ୍ୱାରା ଆପଣଙ୍କୁ କଷ୍ଟ ଭୋଗିବାକୁ ପଡିପାରେ। ଏହିକାରଣରୁ ୨୦୨୨ରେ ଏହି ରାଶିର ଲୋକମାନେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଧନ ହାନୀ ସମ୍ଭାବନା କାରଣରୁ ଦେଣନେଣ ପୂର୍ବରୁ ବିଚାର କରନ୍ତୁ ଏବଂ ଶତ୍ରୁଙ୍କ ସଂଖ୍ୟା ବଢିବା କାରଣରୁ ପ୍ରତ୍ୟେକ ନିଷ୍ପତି ଭାବି ଚିନ୍ତି ନିଅନ୍ତୁ।

ତୁଳା- ଛାତ୍ର ମାନେ ଶିକ୍ଷା କ୍ଷେତ୍ରରେ ରୁଚି ରଖିବେ । ରାଜନୀତି ଓ କଳା କ୍ଷେତ୍ର ରେ ଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ ରହିବ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଜୀବନର ପ୍ରତେକ ଟି କ୍ଷେତ୍ର ରେ ଆପଣ ସଫଳତା ଅର୍ଜନ କରିବେ । ସମାଜ ରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ଆପଣଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ବେପାର ଓ ବାଣିଜ୍ୟ ରେ ଆପଣ ଲାଭବାନ ହେବେ । କୌଣସି କ୍ଷେତ୍ର ରୁ ଆପଣଙ୍କର ଧନ ଲାଭ ହେବ । ମହିଳା ମାନେ ଧାର୍ମିକ କାର୍ଯ୍ୟ ରେ ବ୍ୟସ୍ତ ରହିବେ । ଭାଇ ଭଉଣୀ ଙ୍କ ସହଯୋଗ ଆପଣ ପାଇବେ । ଯେଉଁ ମାନଙ୍କର ବିବାହ ରେ ବିଳମ୍ବ ହେଉଥିଲା ସେମାନଙ୍କର ବହୁତ ଜଲ୍ଦି ବିବାହ ଯୋଗ ରହିଛି । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବ । ଅଫିସରେ ଆପଣ ବରିଷ୍ଠ ଅଧିକାରି ଙ୍କ ସହଯୋଗ ପାଇବେ । କୌଣସି ନୂଆ ଲୋକଙ୍କ ସହ ଆପଣ ବନ୍ଧୁତା କରି ପାରନ୍ତି ।

tula-rashi

ବିଛା – ବିଛା ରାଶି ଜାତକଙ୍କ ପାଇଁ ଆସନ୍ତା ବର୍ଷ ୨୦୨୧ ବିଗତ ବର୍ଷ ତୁଳନାରେ ଶୁଭ ଫଳ ଦେବ। ୨୦୨୨ ବର୍ଷ କୁଣ୍ଡଳୀ ଗଣନାରେ ଏହି ରାଶିର ଜାତକରେ ଭାଗ୍ୟ ସ୍ଥାନରେ ସୂର୍ଯ୍ୟ, ବୁଧ, ଶନି ଏବଂ କେତୁଙ୍କର ସଂଯୋଗରେ ଭାଗ୍ୟ ମଜବୁତ୍‌ ହେବାର ସଂକେତ ଦେବ। ଏଥିସହିତ ପରିବାରରେ କିଛି ମାସ ହେବ ଚିନ୍ତା ଲାଗି ରହିବା କାରଣରୁ ପାରିବାରିକ କଳହରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଅଣଦେଖା କରିବା ଦ୍ୱାରା ଆପଣଙ୍କୁ କଷ୍ଟ ଭୋଗିବାକୁ ପଡିପାରେ। ଏହିକାରଣରୁ ୨୦୨୨ ରେ ଏହି ରାଶିର ଲୋକମାନେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏହି ବର୍ଷ ଗଣ୍ଡଗୋଳ ବଢିବାର ଆଶଙ୍କା ରହିଥିବା କାରଣରୁ ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଭାଇ ବନ୍ଧୁ ମିତ୍ରମାନଙ୍କର ସାହାଯ୍ୟ ସହଯୋଗ ପାଇବେ। ଛାତ୍ର-ଛାତ୍ରୀମାନଙ୍କର ବିଦ୍ୟାରେ ଉନ୍ନତି ହେବ। ଜୁନ ଓ ଅଗଷ୍ଟ ମାସରେ ବିଶେଷ ଧ୍ୟାନ ଦେଇ ଚଲନ୍ତୁ । ଶନି ଧନୁ ରାଶିରୁ ବିଛା ରାଶିକୁ ଗୋଚର କରିବା କାରଣରୁ ଆପଣଙ୍କ ରାଶି ବକ୍ର ଦୃଷ୍ଟିରୁ ମୁକ୍ତ ହୋଇଯିବ।

ଧନୁ- ଚଳିତ ବର୍ଷ ଗ୍ରହ-ନକ୍ଷତ୍ର ପରିବର୍ତ୍ତନ ହେତୁ ଆପଣଙ୍କ ରାଶି ଉପରେ କିଛି ପ୍ରଭାବ ପଡ଼ିବାକୁ ଯାଉଛି । ଯାହାର ଶୁଭ-ଅଶୁଭ ପ୍ରଭାବ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ। ଡିସେମ୍ବର ୧୧ରେ ବୁଧ ଗ୍ରହ ନିଜର ରାଶି ପରିବର୍ତ୍ତନ କରି ଧନୁ ରାଶିରେ ପ୍ରବେଶ କରିବେ। ଆଗାମୀ ଡିସେମ୍ବର ୨୯ ପର୍ଯ୍ୟନ୍ତ ବୁଧ ଏହି ରାଶିରେ ରହିବେ। ଏହି ରାଶିର ଲୋକଙ୍କ ସମୟ ଭଲ କଟିବ । ଶନିଙ୍କ ପରିବର୍ତ୍ତନ ହେତୁ ଆପଣଙ୍କ ରାଶିରେ ଅର୍ଥାତ କର୍ମ କ୍ଷେତ୍ରରେ ଆୟ ବୃଦ୍ଧି ହେବ। ପରୀକ୍ଷାର୍ଥୀଙ୍କୁ ସଫଳତା ମିଳିବ । ନିଜ ପରିଶ୍ରମର ଫଳ ମିଳିବ । ଚାକିରି କ୍ଷେତ୍ରରେ ଭଲ ରହିବ । ଆପଣଙ୍କ ବ୍ୟକ୍ତିତ୍ୱର ବିକାଶ ଘଟିବ । ଭାଗ୍ୟ ଆପଣଙ୍କ ପୁରା ସାଥ ଦେବ । ପୈତୃକ ସମ୍ପତିର ବାଦ ବିବାଦରୁ ମୁକ୍ତି ମିଳିବ । ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ରହିବ । କାନୁନି ମାମଲାରେ ଫଇସଲା ଆପଣଙ୍କ ପକ୍ଷରେ ହେବ । ଘରେ ସୁଖ ଶାନ୍ତି ରହିବ ।

ମକର- ୨୦୨୨ ପ୍ରଥମ ବର୍ଷ ଚାରି ମାସ ଯାଏ ଶୁଭ କର୍ମରେ ବାଧା ସୃଷ୍ଟି ହେବ। ବିବାହ ଆଦି ଶୁଭ ମାଙ୍ଗଳିକ କାର୍ଯ୍ୟରେ ବାଧା ଉପୁଜିବ। ପାରିବାରିକ ସ୍ଥିତି ବହୁ ଜଟିଳ ଅବସ୍ଥାରେ ପହଞ୍ଚିବ। ସନ୍ତାନସନ୍ତୀ ନେଇ କଷ୍ଟ ଅନୁଭବ କରିବେ। ଭାଇ, ବନ୍ଧୁ ସ୍ୱଜନ କ୍ଷେତ୍ରରେ ବାଧା ଉପୁଜିବ। ଭୂସମ୍ପତି, ଯାନବାହାନ କ୍ଷେତ୍ରରେ ହାନି ସହିବେ। ଠକାମିର ଶିକାର ହେବେ। ଇଚ୍ଛାଶକ୍ତିର ବିନାଶ ଘଟିବ। ମାନସିକ ଦୁର୍ଘଟଣା ଲାଗି ରହିବ। ପରେ ଏପ୍ରିଲ ପର ଠାରୁ ଶୁଭଫଳ ମିଳିବ। ଗୃହରେ ଶୁଭକର୍ମର ସୁଯୋଗ ମିଳିବ। ବିବାହ ଆଦି ଶୁଭ ମାଙ୍ଗଳିକ କର୍ଯ୍ୟରେ ସହଯୋଗ ମିଳିବ। ବନ୍ଧୁ ସହଯୋଗ ମିଳିବ। ଆର୍ଥିକ ସ୍ଥିତିର କିଛିଟା ସୁଧାର ଆସିବ। କର୍ମକ୍ଷେତ୍ରରେ ପରିବର୍ତ୍ତନ ହେବ, ବ୍ୟବସାୟରେ ଉନ୍ନତି ହେବ। ଭୂସମ୍ପତି ଯାନବାହନରେ ଶୁଭଫଳ ପାଇବେ। ବିଦେଶ ଯାତ୍ରା, ବିଦେଶୀୟ ପୁଞ୍ଜିନିବେଶରେ କିଛିଟା ଶୁଭଫଳ ପାଇବେ। ସାମାଜିକ ଏବଂ ରାଜନୀତି କ୍ଷେତ୍ରରେ ବନ୍ଧୁ ସହଯୋଗ ମିଳିବ। ପାରିବାରିକ କ୍ଷେତ୍ରରେ କିଛିଟା ସୁଧାର ଆସିବ। ସନ୍ତାନସନ୍ତତି କ୍ଷେତ୍ରରେ କିଛିଟା ଶୁଭଫଳ ମିଳିବ। ସ୍ୱାସ୍ଥ୍ୟର କିଛିଟା ପରିବର୍ତ୍ତନ ହେବ। ସେପ୍ଟେମ୍ବର ୧୪ ପରେ ପୁନଶ୍ଚ ଅଶୁଭ ଫଳ ପାଇବେ। ନଭେମ୍ବର ୨୧ ପରେ ଶୁଭ ଫଳ ପାଇବେ।

makara

କୁମ୍ଭ- କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ବର୍ଷ ତମାମ ପ୍ରାୟ ଶୁଭ ଫଳ ପାଇବେ । ବିଦେଶ ଭ୍ରମଣରେ ଯାଇପାରନ୍ତି, ଶତ୍ରୁ ବାଧା ଦୂର ହେବ । କର୍ମ କ୍ଷେତ୍ରରେ ପ୍ରତିବନ୍ଧକ ରହୁଥିଲେ ସମାପ୍ତ ହେବ । ବ୍ୟବସାୟରେ ଲାଭ ହେବ । ବିଦେଶ ଯାତ୍ରା ଏବଂ ବିଦେଶୀୟ ପୁଞ୍ଜିନିବେଶରେ ଅଧିକ ହୋଇପାରେ ଆସନ୍ତା ବର୍ଷ । କିନ୍ତୁ ବର୍ଷ ଶେଷ ଆଡକୁ ଶାରିରୀକ ରୋଗକଷ୍ଟ ତଥା ବହୁ ଦୁଃସାଦ ରୋଗ ନେଇ କଷ୍ଟ ପାଇବେ । ହୃଦ୍ ରୋଗ, ପିତ୍ତ ଗ୍ୟାସ, ପେଟ ଗରମ ନେଇ ଧାତୁ ଜନିତ କଷ୍ଟ ପାଇପାରନ୍ତି, ସ୍ନାୟୁଗତ ଦୁର୍ବଳତା, ରକ୍ତ ଚାପ, ମଧୁମେହ ଜନିତ ରୋଗ କଷ୍ଟର ଆଭାସ ରହୁଛି । ପାରିବାରିକ ସ୍ଥିତି ବହୁ ଜଟିଳରୁ ଜଟିଳ ତର ହେବ । ଆର୍ଥିକ ସ୍ଥିତି ନେଇ ବିବ୍ରତ ହେବେ । ଋଣ ଭାର ବଢିଯିବ । ଅନ୍ୟକୁ ବିଶ୍ୱାସ କରି ଧୋକା ଖାଇବେ । କର୍ମକ୍ଷେତ୍ରରେ ଉତଥାନପତନ ଯୋଗ ଲାଗି ରହିବ। ଭୂସମ୍ପତି କ୍ଷେତ୍ରରେ ଶୁଭଫଳ ମିଳିବା କଷ୍ଟକର ହେବ । ଉପଚାର ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିପାରିବେ ।

ମୀନ – ଆସନ୍ତା ବର୍ଷ ଆପଣ କୌଣସି କାମରେ ନିରାଶ ହେବାର ସମ୍ଭାବନା । ଛାତ୍ରମାନଙ୍କୁ କଠିନ ବିଷୟଗୁଡ଼ିକରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆପଣଙ୍କୁ ବହୁତ ପ୍ରସ୍ତୁତ କରିବାକୁ ପଡିବ । ହଠାତ୍ ଯୋଗାଯୋଗ ମାଧ୍ୟମ ମାଧ୍ୟମରେ ଭଲ ଖବର ପାଇବାର ସମ୍ଭାବନା ଅଛି । ପ୍ରେମ ଜୀବନ ଭଲ ହେବ । ଆସନ୍ତା ବର୍ଷ ଆପଣ ନିଜ ପ୍ରିୟ ବ୍ୟକ୍ତିଙ୍କ ସହିତ କିଛି ସୁନ୍ଦର ସ୍ଥାନ ପରିଦର୍ଶନ କରିବାକୁ ଯୋଜନା କରିପାରିବ। ଆପଣ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହେବେ। ବିବାହିତ ବ୍ୟକ୍ତିମାନେ ଏକ ଭଲ ବିବାହ ସମ୍ପର୍କ ପାଇପାରିବେ। ଆପଣ କୌଣସି ପୁରୁଣା ବିନିଯୋଗର ଲାଭ ପାଇବେ। ଆପଣ ସାଙ୍ଗମାନଙ୍କ ସହିତ ଏକ ଆକର୍ଷଣୀୟ ଯାତ୍ରା ଯୋଜନା କରିପାରିବେ ।

କିଛି ମାସରେ କୌଣସି ସମସ୍ୟା ଅଧିକ ବଢିବା କିମ୍ବା କମ ହେବାର ସମ୍ଭାବନା ରହିଛି। ଏହିକାରଣରୁ ନିଜକୁ ସମ୍ଭାଳି ରଖିବା ଉଚିତ।ଆତ୍ମବିଶ୍ୱାସରେ ଅଭାବ ଦେଖାଦେଇପାରେ, ଏହି କାରଣରୁ କୌଣସି କାମରେ ଆତ୍ମବିଶ୍ୱାସ କମ ନକରିବା ପାଇଁ ଚେଷ୍ଟା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.