ବନ କର୍ମଚାରୀଙ୍କ ବର୍ବରତା, ହାତୀ ପିଠିରେ ନିଆଁ ଲଗାଇଦେଲେ

ହାତୀ ପିଠିରେ ନିଆଁ ଲଗାଇଦେଇଥିବା ଦୁଇ ବ୍ୟକ୍ତି ବନ ବିଭାଗର ଅସ୍ଥାୟୀ କର୍ମଚାରୀ ବୋଲି କହିଛନ୍ତି କରଞ୍ଜିଆ ଡିଏଫଓ। ହାତୀ ପିଠିରେ ନିଆଁ ଲଗାଇବା ଘଟଣା ଟିଭିରେ ପ୍ରସାରଣ ହେବା ପରେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଖବର ପ୍ରସାରଣ ପରେ ତଦନ୍ତ ଆରମ୍ଭ କରିଥିଲା ବନବିଭାଗ।

କରଞ୍ଜିଆ(କେନ୍ୟୁଜ୍): ହାତୀ ପିଠିରେ ନିଆଁ ଲଗାଇଦେଲେ ବନକର୍ମଚାରୀ। ମୟୂରଭଞ୍ଜ କରଞ୍ଜିଆ ଅଞ୍ଚଳରେ ହାତୀ ପିଠିରେ ନିଆଁ ଲଗାଇବା ଘଟଣାରେ ଖୁଲାସା। ହାତୀ ପିଠିରେ ନିଆଁ ଲଗାଇଦେଇଥିବା ଦୁଇ ବ୍ୟକ୍ତି ବନ ବିଭାଗର ଅସ୍ଥାୟୀ କର୍ମଚାରୀ ବୋଲି କହିଛନ୍ତି କରଞ୍ଜିଆ ଡିଏଫଓ। ହାତୀ ପିଠିରେ ନିଆଁ ଲଗାଇବା ଘଟଣା ପ୍ରଥମେ କଳିଙ୍ଗ ଟିଭିରେ ପ୍ରସାରଣ ହେବା ପରେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଖବର ପ୍ରସାରଣ ପରେ ତଦନ୍ତ ଆରମ୍ଭ କରିଥିଲା ବନବିଭାଗ।

ଜୁଲାଇ ୧୫ ତାରିଖରେ ଦୁଧିଆଣି ରେଞ୍ଜର ଡୁମୁରିଆ ଗାଁରେ ହାତୀ ପିଠିରେ ନିଆଁ ଲଗାଇ ଥିଲେ ଦୁଇଜଣ ବ୍ୟକ୍ତି । ସେ ଦୁଇଜଣ ବ୍ୟକ୍ତି ବନ ବିଭାଗର ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ସେମାନେ ଦୀପକ ମୁଣ୍ଡା ଓ ବାପି ମାଝୀ। ଏଥିରେ ଆଉ କିଏ ସଂପୃକ୍ତ ଅଛନ୍ତି ସେନେଇ ବନବିଭାଗ ତଦନ୍ତ ଜାରି ରହିଛି। ହାତୀପଲକୁ ସୁରକ୍ଷା ଦେବାକୁ ଯାଇ ଦୁଇ ଜଣ ହାତୀ ପିଠିରେ ନିଆଁ ଲଗାଇଥିଲେ ବୋଲି ସଫେଇ ଦେଇଥିବା କରଞ୍ଜିଆ ଡିଏଫଏ ଶ୍ରୀକାନ୍ତ ନାଏକ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.