ବିହାରରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ, ୨ ମୃତ

ବିହାର କଟିୟାରରେ ଉତ୍ତେଜନା । ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ, ୨ ମୃତ । ବିଦ୍ୟୁତ ବିଭାଗ ବିରୋଧରେ ପ୍ରତିବାଦ ବେଳେ ମୁହାଁମୁହିଁ ହୋଇଥିଲେ ସ୍ଥାନୀୟ ଲୋକ ଓ ପୋଲିସ ।

ପାଟନା : ବିହାର କଟିୟାରରେ ଉତ୍ତେଜନା । ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ, ୨ ମୃତ । ବିଦ୍ୟୁତ ବିଭାଗ ବିରୋଧରେ ପ୍ରତିବାଦ ବେଳେ ମୁହାଁମୁହିଁ ହୋଇଥିଲେ ସ୍ଥାନୀୟ ଲୋକ ଓ ପୋଲିସ । ପୋଲିସ ଆକାଶକୁ ଫାୟରିଙ୍ଗ କରିଥିଲା । ତେବେ ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି ।

୧୨ଜଣ ପୋଲିସ କର୍ମୀ ଓ ବିଦ୍ୟୁତ ବିଭାଗ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ବିଦ୍ୟୁତ କାଟକୁ ନେଇ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରୁଥିଲେ ସ୍ଥାନୀୟ ଲୋକ । ପୋଲିସ ବ୍ୟାରିକେଡ ଭାଙ୍ଗି କାର୍ଯ୍ୟାଳୟକୁ ପ୍ରବେଶ କରିବାକୁ ଚେଷ୍ଟା କରିବା ସମୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।