ମୟୁରଭଞ୍ଜ: ୧୧ ମାସ ଧରି ଲୋକେ ପାଇନଥିଲେ ବାର୍ଦ୍ଧକ୍ୟ ଭତ୍ତା, ସାରସକଣା ବ୍ଲକରେ ପଞ୍ଚାୟତ ଅଧିକାରୀଙ୍କୁ ମାଡ଼

ବାରମ୍ବାର ପଞ୍ଚାୟତ ଓ ବ୍ୟାଙ୍କ କାର୍ଯ୍ୟାଳୟ ବୁଲି ଅତିଷ୍ଠ ହୋଇଥିଲେ ଲୋକ।ନିଶାଗ୍ରସ୍ତ ହୋଇ କାର୍ଯ୍ୟାଳୟ ରେ ଅବହେଳା କରୁଥିଲେ ପଞ୍ଚାୟତ ଅଧିକାରୀ।ଅଭିଯୋଗ ଆଣିଲେ ଲୋକେ।

କେନ୍ୟୁଜ୍(ବ୍ୟୁରୋ):  ପଞ୍ଚାୟତ ଅଧିକାରୀଙ୍କୁ ଗୋଡେଇ ଗୋଡ଼େଇ ପିଟିଲେ । ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ପାକଟିଆ ପଞ୍ଚାୟତର ପଞ୍ଚାୟତ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ପାତ୍ରଙ୍କୁ ମାଡ଼ ଅଭିଯୋଗ । କାର୍ଯ୍ୟ ଠିକ ଭାବେ କରୁନଥିବା ଏବଂ ଅଫିସ ସମୟରେ ନିଶାରେ ରହୁଥିବା ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି । ଯେଉଁଥିପାଇଁ ବାର୍ଦ୍ଧକ୍ୟ ଏବଂ ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ଅଛନ୍ତି ପାଖାପାଖି ୨୫୦ରୁ ଅଧିକ ଲୋକ । ମିଳୁନଥିବା ଅଭିଯୋଗ ହୋଇଛି ।

ପାଖାପାଖି ୨୫୦ରୁ ଅଧିକ ଲୋକ ବାର୍ଦ୍ଧକ୍ୟ ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପଞ୍ଚାୟତ । ଏଥିସହ ବିଳମ୍ବ ହେବାର କାରଣ ମଧ୍ୟ ଦର୍ଶାଇଛନ୍ତି । ନ୍ୟପଟେ ଘଟଣାକୁ ନେଇ ଯାହା ଯାହା ନାଁରେ ଅଭିଯୋଗ ଆସିଛି ସେମାନଙ୍କୁ କାରଣ ଦର୍ଶାଓ ନୋଟିସ ଦିଆଯାଇଥିବା କହିଛନ୍ତି ବିଡ଼ିଓ ଗୀତା ମୁର୍ମୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.