ବଢିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ, ୧୫ ଯାଏ କାର୍ଯ୍ୟକାଳ ବଢାଇଲେ ସୁପ୍ରିମକୋର୍ଟ
ବଢିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ । ସେପ୍ଟେମ୍ବର ୧୫ ଯାଏ କାର୍ଯ୍ୟକାଳ ବଢାଇଲେ ସୁପ୍ରିମକୋର୍ଟ ।

ବଢିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ । ସେପ୍ଟେମ୍ବର ୧୫ ଯାଏ କାର୍ଯ୍ୟକାଳ ବଢାଇଲେ ସୁପ୍ରିମକୋର୍ଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ପୁନଶ୍ଚ ବୃଦ୍ଧି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କେନ୍ଦ୍ର ।
ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଜୁଲାଇ ୩୧ ଅର୍ଥାତ୍ ଆସନ୍ତା ସୋମବାର ଶେଷ ହେବାକୁ ଥିବାବେଳେ ପୁନର୍ବାର ଏହାକୁ ସମ୍ପ୍ରସାରଣ କରିବାକୁ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟକୁ ଯାଇଥିଲେ । ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା କେନ୍ଦ୍ର ସରକାରଙ୍କ ତରଫରୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠଙ୍କୁ ଏ ନେଇ ସାନି ନିବେଦନ କରିବା ସହିତ ଆବେଦନର ଶୁଣାଣି ଶୁକ୍ରବାର ପୂର୍ବରୁ କରିବାକୁ କହିଥିଲେ ।