ଶାନ୍ତି ଶୃଙ୍ଖଳାର ସହିତ ମହରମ ପାଳନ ନେଇ ପ୍ରସ୍ତୁତି, ଭଦ୍ରକ ପୋଲିସ୍‌ର ବିଶାଳ ଫ୍ଲାଗମାର୍ଚ୍ଚ

ଏଥିରେ ରାପିଡ଼ ଆକ୍ସନ ଫୋର୍ସ, ଓଡିଶା ଆର୍ମ ଫୋର୍ସ ସାମିଲ ଥିଲେ । ଭଦ୍ରକ ପୁରୁଣା ବଜାର ଥାନାରୁ ବାହାରି ସହର ପରିକ୍ରମା କରିଥିଲା ଫ୍ଲାଗ ମାର୍ଚ୍ଚ । ଏଥିରେ ବରିଷ୍ଠ ପୋଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ ।

ଭଦ୍ରକ(କେନ୍ୟୁଜ୍): ମହରମ ପୂର୍ବରୁ ଭଦ୍ରକରେ ପୋଲିସ୍‌ର ବିଶାଳ ଫ୍ଲାଗମାର୍ଚ୍ଚ । ଏଥିରେ ରାପିଡ଼ ଆକ୍ସନ ଫୋର୍ସ, ଓଡିଶା ଆର୍ମ ଫୋର୍ସ ସାମିଲ ଥିଲେ । ଭଦ୍ରକ ପୁରୁଣା ବଜାର ଥାନାରୁ ବାହାରି ସହର ପରିକ୍ରମା କରିଥିଲା ଫ୍ଲାଗ ମାର୍ଚ୍ଚ । ଏଥିରେ ବରିଷ୍ଠ ପୋଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ ।

ସହରରେ ଶାନ୍ତି ଶୃଙ୍ଖଳାର ସହିତ କିପରି ମହରମ ପାଳନ କରାଯିବ ସେଥିପାଇଁ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମହରମରେ ସହରରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବ । ଏହା ସହିତ ୨ ଜଣ ଅତିରିକ୍ତ ଏସ୍‌ପି, ୫ ଜଣ ଡିଏସ୍‌ପି, ୧୫ ଜଣ ଇନ୍ସପେକ୍ଟର, ୧୧୦ ଜଣ ଏସଆଇ ଓ ଏଏସ୍‌ଆଇ ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା ଦାୟିତ୍ୱରେ ରହିବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.