ମଣିପୁର ଭାଇରାଲ ଭିଡିଓ ମାମଲାର ତଦନ୍ତ କରିବ ସିବିଆଇ
ମଣିପୁର ଭାଇରାଲ ଭିଡିଓ ମାମଲାର ତଦନ୍ତ କରିବ ସିବିଆଇ। ଗୃହ ମନ୍ତ୍ରାଳୟ ସିବିଆଇକୁ ମାମଲା ହସ୍ତାନ୍ତ କରିଛି। ଜୁଲାଇ ୧୯ ତାରିଖରେ ଭାଇରାଲ ହୋଇଥିଲା ଭିଡିଓ।

ମଣିପୁର ଭାଇରାଲ ଭିଡିଓ ମାମଲାର ତଦନ୍ତ କରିବ ସିବିଆଇ। ଗୃହ ମନ୍ତ୍ରାଳୟ ସିବିଆଇକୁ ମାମଲା ହସ୍ତାନ୍ତ କରିଛି। ଜୁଲାଇ ୧୯ ତାରିଖରେ ଭାଇରାଲ ହୋଇଥିଲା ଭିଡିଓ। ଦୁଇ ଜଣ କୁକି ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ପରେ ଗଣଦୁଷ୍କର୍ମ କରି ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା।
ମୈତେୟୀ ସଂପ୍ରଦାୟର ୩୦ ରୁ ୪୦ ଜଣ ଲୋକ ମିଶି ଏହି ନାରକୀୟ କାଣ୍ଡ କରିଥିଲେ। ସଂରକ୍ଷଣକୁ ନେଇ ଗତ ମେ ୩ ତାରିଖରେ ମଣିପୁରରେ କୁକି ଓ ମୈତେୟୀ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ମେ ୪ ତାରିଖରେ ଦୁଇ କୁକି ମହିଳାଙ୍କୁ ଭୟଙ୍କର ଭାବେ ଯୌନ ନିର୍ଯାତନା ଦେବା ପରେ ହତ୍ୟା କରାଯାଇଥିଲା।
ଏହି ଭିଡିଓ ଜୁଲାଇ ୧୯ରେ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ ଏହି ମାମଲାରେ ୫ ଗିରଫ ହୋଇଥିଲେ। ଆଜି ଆଉ ଜଣେ ଗିରଫ ହୋଇଛି। ଭିଡିଓ ସୁଟିଂ କରିଥିବା ଲୋକକୁ ଗିରଫ କରାଯାଇଛି। ଏଥିସହ ଯେଉଁ ମୋବାଇଲ ଫୋନରେ ସୁଟିଂ ହୋଇଥିତା, ସେହି ଫୋନକୁ ଜବତ କରାଯାଇଛି। ଅନ୍ୟପଟେ ଭାଇରାଲ ଭିଡିଓ ମାମଲାର ଶୁଣାଣି ମଣିପୁର ବାହାରେ କରିବାକୁ ଅନୁରୋଧ କରି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ କେନ୍ଦ୍ର ସରକାର।