ଅଶାନ୍ତ ହୋଇ ପଡ଼ିଛି ଶ୍ରୀକ୍ଷେତ୍ର: ୪ ଘଣ୍ଟା ଭିତରେ ପୁଣି ପୁରୀ ସହରରେ ବୋମାମାଡ

ପୁରୀ ସଦର ଥାନା ମୁକୁନ୍ଦମିଶ୍ର ନଗରର ବିଜୟ ଖୁଣ୍ଟିଆଙ୍କ ଘର ଉପରକୁ ହୋଇଛି ବୋମାମାଡ । ତେବେ ବୋମାମାଡରେ କାହାର କିଛି କ୍ଷତି ହୋଇ ନଥିଲେ ମଧ୍ୟ ଘରର କାଚ ଭାଙ୍ଗିଯାଇଛି ।

ପୁରୀ(କେନ୍ୟୁଜ୍): ଅଶାନ୍ତ ହୋଇ ପଡ଼ିଛି ଶ୍ରୀକ୍ଷେତ୍ର । ଗତକାଲି ରାତିର ଗୁଳିମାଡ ଘଟଣାକୁ ୨୪ ଘଣ୍ଟା ବିତି ନଥିବା ବେଳେ ପୁଣି ପୁରୀ ସହରରେ ହୋଇଛି ବୋମାମାଡ । ପୁରୀ ସଦର ଥାନା ମୁକୁନ୍ଦମିଶ୍ର ନଗରର ବିଜୟ ଖୁଣ୍ଟିଆଙ୍କ ଘର ଉପରକୁ ହୋଇଛି ବୋମାମାଡ । ତେବେ ବୋମାମାଡରେ କାହାର କିଛି କ୍ଷତି ହୋଇ ନଥିଲେ ମଧ୍ୟ ଘରର କାଚ ଭାଙ୍ଗିଯାଇଛି । ଦୁଇଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ଏହି ବୋମାମାଡ କରିଥିବା ଅଭିଯୋଗ କରିଛନ୍ତି ବିଜୟ ।

ଅଭିଯୋଗ ଅନୁଯାୟୀ ଗତ ୩ ବର୍ଷ ପୂର୍ବେ ତାଙ୍କ ସାନ ପୁଅକୁ ଦୁର୍ବୁତ୍ତ ମାନେ ହତ୍ୟା କରିଥିଲେ । ସେହି ଅଭିଯୁକ୍ତଙ୍କ ମାମଲା ଏବେ କୋର୍ଟରେ ଚାଲିଛି । ଆସନ୍ତା ମାସ ୧୦ ତାରିଖରେ ଏହି ମାମଲାକୁ ନେଇ ସାକ୍ଷ୍ୟ ଗ୍ରହଣ ରହିଛି । ତେଣୁ ଏହା ପୁର୍ବରୁ ତାଙ୍କ ପରିବାରକୁ ଭୟଭୀତ କରିବା ପାଇଁ ଅଭିଯୁକ୍ତଙ୍କ କିଛି ସାଥୀ ଏହି ବୋମାମାଡ଼ କରିଥିବା କହିଛନ୍ତି ବିଜୟ । ଏହା ସହ ତାଙ୍କ ପରିବାର ପ୍ରତି ବିପଦ ରହିଥିବା ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.