Below header

ଆଜିଠୁ ପୁରୀରୁ ରାଉରକେଲା ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ପପ୍ରେସ, ଭର୍ଚୁଆଲରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଆଜିଠୁ ପୁରୀରୁ ରାଉରକେଲା ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ପପ୍ରେସ। ଏହାକୁ ଭର୍ଚୁଆଲରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ଟ୍ରେନ୍ ଚାଲିବା ଦ୍ବାରା ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟ ୩ ଘଣ୍ଟା ହ୍ରାସ ପାଇବ। ଆଜି ଅନ୍ୟ ୮ଟି ବନ୍ଦେ ଭାରତ ଏକ୍ସପ୍ରେସର ବି ଶୁଭାରମ୍ଭ ହେବ।

ପୁରୀ/ରାଉରକେଲା: (କେନ୍ୟୁଜ): ଆଜିଠୁ ପୁରୀରୁ ରାଉରକେଲା ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ପପ୍ରେସ। ଏହାକୁ ଭର୍ଚୁଆଲରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ଟ୍ରେନ୍ ଚାଲିବା ଦ୍ବାରା ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟ ୩ ଘଣ୍ଟା ହ୍ରାସ ପାଇବ। ଆଜି ଅନ୍ୟ ୮ଟି ବନ୍ଦେ ଭାରତ ଏକ୍ସପ୍ରେସର ବି ଶୁଭାରମ୍ଭ ହେବ। ୯ଟି ବନ୍ଦେ ଭାରତ ଏକ୍ସପ୍ରେସ ୧୧ଟି ରାଜ୍ୟ ମଧ୍ୟରେ ରେଳ ଯୋଗାଯୋଗକୁ ତ୍ବରାନ୍ବିତ କରିବ।

ଗତ ୨୦ ତାରିଖରେ ଉଦଘାଟନ ପୂର୍ବରୁ ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତର ଟ୍ରାଏଲ ରନ୍ କରାଯାଇଥିଲା। ଏହା ସକାଳ ୫ଟାରୁ ପୁରୀରୁ ବାହାରି ଦିନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ। ଏହାପରେ ଅପରାହ୍ନ ୨ଟା ୧୦ରେ ରାଉରକେଲାରୁ ବାହାରି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ। ପୁରୀରୁ ରାଉରକେଲା ପ୍ରାୟ ୭ ଘଣ୍ଟା ୪୫ ମିନିଟ୍ ସମୟ ନେବ। ଟ୍ରାଏଲ ରନ୍ ଅବସରରେ ବନ୍ଦେ ଭାରତ ଏକ୍ସପ୍ରେସ ଖୋର୍ଦ୍ଧା ରୋଡ଼, ଭୁବନେଶ୍ବର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ସିଟି ଓ ଝାରସୁଗୁଡ଼ା ୧୦ଟି ଷ୍ଟେସନରେ ରହିବ। ଚଳିତ ବର୍ଷ ମେ ମାସ ୧୮ ତାରିଖରେ ପୁରୀରୁ ହାୱଡ଼ା ପର୍ଯ୍ୟନ୍ତ ଗଡ଼ିଥିଲା ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.