ବଢିବ ବନ୍ଦେ ଭାରତ ମିଶନର କଳେବର, ମେ ୧୫ ତାରିଖରୁ ଆରମ୍ଭ ହେବ ଫେଜ୍‌ ୨

ବଢିବ ବନ୍ଦେ ଭାରତ ମିଶନର କଳେବର। ଆଗକୁ କାଜକସ୍ତାନ, ଉଜବେକିସ୍ତାନ, ରୁଷିଆ, ଜର୍ମାନୀ, ସ୍ପେନ୍‌, ଥାଇଲାଣ୍ଡରେ ଫସିଥିବା ଭାରତୀୟଙ୍କୁ ଫେରାଇ ଅଣାଯିବ। ମେ ୧୫ ତାରିଖରୁ ବନ୍ଦେ ଭାରତ ମିଶନର ଫେଜ୍‌ ୨ ଆରମ୍ଭ ହେବା ନେଇ ସୂଚନା ମିଳିଛି। ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମିଶନ ଜାରି ରହିବ। ୧୨ଟି ଦେଶରେ ଫସିଥିବା ୧୫ ହଜାର ଭାରତୀୟଙ୍କୁ ପ୍ରଥମ ପର୍ଯ୍ୟାୟରେ ଫେରାଇ ଅଣାଯିବ। ଏଥିରେ ନିୟୋଜିତ ହୋଇଛି ୬୪ଟି ବିମାନ। ନୌସେନାର ଯୁଦ୍ଧ ଜାହାଜ ମଧ୍ୟ ନିୟୋଜିତ ହୋଇଛି।

flight-ଗତକାଲିଠାରୁ ବିଦେଶରେ ଫସିଥିବା ଭାରତୀୟଙ୍କ ଘର ବାହୁଡା ଆରମ୍ଭ ହୋଇଛି। ବନ୍ଦେ ଭାରତ ମିଶନ‌ର ପ୍ରଥମ ଦୁଇ ପର୍ଯ୍ୟାୟ ପରେ ଜୁନ୍‌ରେ ପୁଣି ଏକ ପର୍ଯ୍ୟାୟ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା ରହିଛି। ପ୍ରଥମ ଉପସାଗରୀୟ ଯୁଦ୍ଧ ପରେ ଭାରତର ଏହା ସବୁଠୁ ବଡ ଉଦ୍ଧାର କାର୍ଯ୍ୟ।

ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଭାରତୀୟଙ୍କୁ ଆଣିବା ପାଇଁ ବନ୍ଦେ ଭାରତ ମିଶନକୁ ତୀବ୍ର କରାଯାଇଛି । ଦୁଇ ଦିନ ମଧ୍ୟରେ ବିଦେଶରୁ ୨୧୧୩ ଜଣ ଭାରତୀୟ ଦେଶକୁ ଫେରିଛନ୍ତି । ଏମାନଙ୍କୁ ଜଳ ଓ ଆକାଶପଥ ମାଧ୍ୟମରେ ଆଣିବାର ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ଏପର୍ଯ୍ୟନ୍ତ ୮ଟି ବିମାନ ଜରିଆରେ ୧୪୨୫ ଜଣ ଭାରତୀୟ ଆସି ସାରିଛନ୍ତି ।

Leave A Reply

Your email address will not be published.