Reliance Jio ଲଞ୍ଚ କଲା ସାନଦାର “Work from home” ପ୍ଲାନ, 365 ଦିନ ଯାଏଁ ପ୍ରତିଦିନ ପାଇ ପାରିବେ ୨ GB ଡାଟା

କରୋନା ଆତଙ୍କ କାରଣରୁ ପୃଥିବୀର ଅଧିକାଂଶ ରାଷ୍ଟ୍ରରେ ଲକ ଡାଉନ ପରିସ୍ଥିତି ଜାରି ହୋଇଛି । ଏହି କାରଣରୁ ଅଧିକାଂଶ ଅଫିସ ନିଜ କର୍ମଚାରୀଙ୍କ ପାଇଁ “ବୋର୍କ ଫ୍ରମ ହୋମ” ସୁବିଧା ଯୋଗାଇଛନ୍ତି । କିନ୍ତୁ ଘରୁ କାମ କରିବା ପାଇଁ ଲାପଟପ ଓ ଇଣ୍ଟରନେଟ ସୁବିଧା ପାଖରେ ଥିବା ନିହାତି ଦରକାର । ଏହି ପରିସ୍ଥିତିକୁ ଆଖି ଆଗରେ ରଖି ରିଲାଏନ୍ସ ଜିଓ ସବୁଠୁ ଶସ୍ତା ବାର୍ଷିକ ପ୍ଲାନ ଲଂଚ କରିଛି | ଯେଉଁଥିରେ ଗ୍ରାହକ ମାନଙ୍କୁ ୩୬୫ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୨ ଜିବି ଡାଟା ପର୍ଯ୍ୟନ୍ତର ସୁବିଧା ମିଳିପାରିବ । ତେବେ ଆସନ୍ତୁ ଜିଓର ସେହି ପ୍ଲାନ ବିଷୟରେ ବିସ୍ତାରରେ ଜାଣି ରଖିବା । କମ୍ପାନୀରେ ତରଫରୁ ଏହି ପ୍ରି-ପେଡ଼ ପ୍ଲାନର ଦର ୨୩୯୯ ଟଙ୍କା ରଖାଯାଇଛି । ଏହାର ବୈଧତା 365 ଦିନ ପର୍ଯ୍ୟନ୍ତ ରହୁଥିବା ବେଳେ ପ୍ରତିଦିନ ୨ ଜିବି ଡାଟା ମିଳିବ ।

jio

ଏହା ବାଦ ଏହି ପ୍ଲାନରେ ସମସ୍ତ ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗ ଓ ମେସେଜର ସୁବିଧା ମଧ୍ୟ ମିଳି ପାରିବ । ଏହା ସହ ଜିଓ ଆପ୍ସର ସବସ୍କ୍ରିପସନ ମଧ୍ୟ ମିଳିବ । ଏହା ବ୍ୟତୀତ ଜିଓ ୨୧୨୧ ଟଙ୍କିଆର ଏକ ପ୍ଲାନ ବି ଲଞ୍ଚ କରିଛି । ଯାହାର ବୈଧତା ୩୩୬ ଦିନ ପର୍ଯ୍ୟନ୍ତ ରହିବ । କିନ୍ତୁ ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ସୁବିଧା ମିଳି ପାରିବ । ଏହା ସହ ଅନଲିମିଟେଡ଼ କଲିଙ୍ଗ ସମେତ ମେସେଜ ସୁବିଧା ମଧ୍ୟ ମିଳିବ । ଏହି ଦୁଇଟି ପ୍ଲାନ ବ୍ୟତୀତ କମ୍ପାନୀ ୧୫୧ ଟଙ୍କିଆ, ୨୦୧ ଟଙ୍କିଆ ଓ ୨୫୧ ଟଙ୍କିଆ ପ୍ଲାନ ଗୁଡିକ ପୂର୍ବରୁ ଲଞ୍ଚ କରିଥିଲା । ଯେଉଁଥିରେ ଗ୍ରାହକ ମାନଙ୍କୁ ସାନଦର ଡାଟା ସୁବିଧା ମିଳିଯାଇପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.