ବଢ଼ିଚାଲିଛି ଦୁର୍ଘଟଣା : ମାତ୍ର ୪୮ ଘଣ୍ଟାରେ ଗଲା ୨୦ରୁ ଅଧିକ ଜୀବନ

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟରେ ବଢି ଚାଲିଛି ସଡ଼କ ଦୁର୍ଘଟଣା ସଂଖ୍ୟା। ୪୮ ଘଣ୍ଟା ଭିତରେ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ। ଆଜି ପୁଣି ଘାଟିରୁ ଗଳିପଡ଼ିଲା ମିନିଟ୍ରକ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଇଗୁଡା ଘାଟି ନିକଟରେ ଭାରସାମ୍ୟ ହରାଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହେଲା। ଏ ଘଟଣାର ୧୨ଜଣଙ୍କ ମୃତ୍ୟୁ ହୋଇଛି । ୨୯ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସିତ କରାଯାଉଛି। କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

accident 3

ମୃତ୍ୟୁର ଘାଟି ଭିତରୁ ଜୀବନ ବଞ୍ଚାଇବାକୁ ଉଦ୍ୟମ। କିନ୍ତୁ ସମସ୍ତଙ୍କ ଭାଗ୍ୟ ଟାଣ ନାହିଁ। ଘଟଣା ସ୍ଥଳରେ କିଛି ଜଣଙ୍କ ଜୀବନ ଚାଲିଗଲା। ଆଉ କିଛି ହସ୍ପିଟାଲରେ ସଂଘର୍ଷ କରି ଜୀବନ ହାରିଲେ। ମିନି ଟ୍ରକରେ ଗଦାପୁର ଅଞ୍ଚଳରୁ କିଛି ଲୋକ ବ୍ରାହ୍ମଣୀ ଗାଁକୁ ଯିବାବେଳେ ଅଘଟଣ। ପୋଇଗୁଡା ଘାଟିରେ ତଳକୁ ଖସି ପଡିଲା ମିନି ଟ୍ରକ୍।
ମିନିଟ୍ରକରେ ୪୦ରୁ ଅଧିକ ଯାତ୍ରୀ ଥିବା କୁହାଯାଇଛି। ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି, ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିଲା। ଦୁର୍ଘଟଣା ପରେ ସେ ଫେରାର୍। ଦୁର୍ଘଟଣାର କାରଣ କଣ? ଗାଡ଼ିର ଫିଟ୍ନେସ ଥିଲା କି? ଏ ସବୁର ତଦନ୍ତ ଆରମ୍ଭ ହୋଇଛି। ସେପଟେ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ଧିରେ ଧିରେ ବଢୁଛି ସଡ଼କ ଦୁର୍ଘଟଣା ସଂଖ୍ୟା। ଗତକାଲି ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟରେ ୨୦୦୮ରୁ ୨୦୧୮ ମଧ୍ୟରେ ୪୩ ହଜାର ୩୧୨ ଜଣଙ୍କ ଜୀବନ ଯାଇଛି। ଆହତ ହୋଇଛନ୍ତି ୫୭ ହଜାର ୬୮୪। ୨୦୧୭ରେ ୪ ହଜାର ୭୯୦ ଓ ୨୦୧୮ ସେପ୍ଟେମ୍ବର ସୁଦ୍ଧା ୩ ହଜାର ୮୧୭ ଜଣଙ୍କ ମୃତ୍ୟୁ ହୋଇଥିଲା।

accident 2

ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ପ୍ରବଣ ସ୍ଥାନକୁ ଚିହ୍ନଟ ସହ ଗାଡି ଚାଳକଙ୍କୁ ସଚେତନ କରିବାକୁ ଉଦ୍ୟମ ହେଉଛି। କିନ୍ତୁ ଦୁର୍ଘଟଣା ସଂଖ୍ୟା କମୁ ନାହିଁ। ଆଜି ମଧ୍ୟ ପରିବହନ ବିଭାଗ ତରଫରୁ ବସିଥିଲା ସମୀକ୍ଷା ବୈଠକ। ଖୁବ ଶୀଘ୍ର ଜିଲ୍ଲାପାଳ, ଝଚ ଓ ଜଞଙଙ୍କ ସହ ବୈଠକ ଡକାଯିବାକୁ ନିଷ୍ପତ୍ତି ହୋଇଛି।

ଦେଶରେ ୨୦୧୬ ତୁଳନାରେ ୨୦୧୭ରେ ଦୁର୍ଘଟଣା ହାର ୩ ପ୍ରତିଶତ କମିଥିଲା। କିନ୍ତୁ ଏ ସମୟରେ ଓଡ଼ିଶାରେ ଏହା ୭.୩ ପ୍ରତିଶତ ବୃଦ୍ଧି ପାଇଥିଲା। ଯାହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସଡ଼କ ଦୁର୍ଘଟଣା ସମ୍ପର୍କିତ କମିଟି ଅସନ୍ତୋଷ ପ୍ରକାଶ କରିଥିଲା। ରାଜ୍ୟରେ କେତେବେଳେ ଘାଟିରୁ ବସ ଓଲଟିଛି ତ ଆଉ କେତେବେଳେ ବ୍ରିଜରୁ ତଳକୁ ଖସିଛି। କେତେବେଳେ ରାତିର ଅନ୍ଧାର କାଳ ହୋଇଛି ତ ଆଉ କେତେବେଳେ ସକାଳୁଆ କୁହୁଡିର ଆସ୍ତରଣ ଭିତରୁ ମୃତ୍ୟୁ ଆସିଛ। ଏ ଧାରା ବଢିବାରେ ଲାଗିଛି।

Leave A Reply

Your email address will not be published.