ଆସିକା ଥାନା ପୋଲିସ୍ ପକ୍ଷରୁ ଯାନ ମୁକ୍ତ ମେଳା, ବିଭିନ୍ନ ମାମଲାରେ ଜବତ ୫୬ଟି ଗାଡିକୁ ମାଲିକଙ୍କୁ କରାଗଲା ହସ୍ତାନ୍ତର

ଭଞ୍ଜନଗର(କେନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ଆସିକା ଥାନା ପୋଲିସ୍ ପକ୍ଷରୁ ଯାନ ମୁକ୍ତ ମେଳା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସଡ଼କ ଦୁର୍ଘଟଣା ଓ ମାମଲା ରେ ଜବତ ହୋଇଥିବା ୫୬ ଟି ମୋଟର ସାଇକେଲ , ୨ ଟି ତିନିଚକିଆ ଓ ୫ ଟି ଚାରିଚକିଆ ଯାନକୁ , ସେମାନଙ୍କ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାର ଗାଡ଼ି ମାଲିକ ମାନେ ସେମାନଙ୍କ ଗାଡିକୁ ଫେରିପାଇଥିଲେ । ଆୟୋଜିତ କାର୍ଯ୍ଯକ୍ରମରେ ସ୍ଥାନୀୟ ପୋଲିସ୍ ସମେତ, ଆଇନଜୀବୀ ମାନେ ଯୋଗ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.