Below header

ହାତରେ ବନ୍ଧୁକ ଧରି ଝୁମିଲେ ଯୁବକ, ଭାଇରଲ ହେଉଛି ଭିଡ଼ିଓ

ସମ୍ବଲପୁର(କେନ୍ୟୁଜ): ଭୁବନେଶ୍ୱର ପରେ ସମ୍ବଲପୁରରେ ଜଣେ ଯୁବକ ବନ୍ଧୁକ ଧରି ନାଚୁଥିବା ଭିଡ଼ିଓ ଏବେ ଭାଇରଲ ହେବାର ଲାଗିଛି। ଗତ ଦୁଇ ଦିନ ତଳେ କ୍ଷେତରାଜପୁର ଥାନା ଅନ୍ତର୍ଗତ ଦଲଦଲି ପଡ଼ାରେ ଏକ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଆଉ ଏହି ଘଟଣା ପରେ ଏହି ଭିଡ଼ିଓ ଭାଇରଲ ହୋଇଥିବା ଜଣାପଡିଛି।

ହୁଏତ ଗୋଷ୍ଠି ସଂଘର୍ଷ ପୂର୍ବରୁ ଏହି ଯୁବକ ମାନେ ନିଜକୁ ପ୍ରସ୍ତୁତ କରୁଥିଲେ। ଭିଡ଼ିଓଟି କ୍ଷେତରାଜପୁର ଥାନା ଅଞ୍ଚଳର ବୋଲି ଜଣା ପଡ଼ିଛି। ଯୁବକ ଜଣକ ହେଉଛନ୍ତି ସୋନୁ ୟାଦବ। ବନ୍ଧୁକ ଧରି ନୃତ୍ୟ କରୁଥିବା ସମୟରେ ଏହି ଭିଡ଼ିଓଟି ଉଠା ଯାଇଛି। ଯୁବକର ପଛ ପଟେ ଆଉ ଜଣେ ଯୁବକ ବସିଛନ୍ତି ତାଙ୍କ ପାଖରେ ଏକ ଭୁଜାଲି ଥିବା ଦେଖିବାକୁ ମିଳିଛି। ଏବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.