ବହିଷ୍କୃତ ହେଲେ ଭିଜିଲାନ୍ସ ଇନିସ୍ପେକ୍ଟର ମାନସୀ ଜେନା, ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ

କଟକ (କେ.ନ୍ୟୁଜ): ବହିଷ୍କୃତ ହେଲେ ଭିଜିଲାନ୍ସ ଇନିସ୍ପେକ୍ଟର ମାନସୀ ଜେନା। ଆଜି ପୋଲିସ ଡ଼ିଜି ସୁନୀଲ ବଂସଲ ତାଙ୍କୁ ବହିଷ୍କାର କରିଛନ୍ତି। ମାନସୀଙ୍କ ନାଁରେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗ ରହିଛି। ସମ୍ବଲପୁର ଭିଜିଲାନ୍ସ ଇନିସ୍ପେକ୍ଟର ଥାଇ ସେ ଲାଞ୍ଚ ମାଗିଥିଲେ।

ଏ ନେଇ ମେ ୧୩ ତାରିଖରେ ଅଭିଯୋଗ ହୋଇଥିଲା। ଜଣେ ସହଯୋଗୀଙ୍କ ଦ୍ଵାରା ଲାଞ୍ଚ ନେବାବେଳେ ମାନସୀ ଧରା ପଡ଼ିଥିଲେ। ଭିଜିଲାନ୍ସ ଇଣ୍ଟରନାଲ ଉଇଙ୍ଗ ତାଙ୍କୁ ଧରିଥିଲା। ଏବେ ମାନସୀଙ୍କ ନାମରେ ଭିଜିଲାନ୍ସ ତଦନ୍ତ ଚାଲିଛି।

Also Read: ଜୋରସୋରରେ ଚାଲିଛି ରଥ ନିର୍ମାଣ, ୪ ଦିନ ପୂର୍ବରୁ ଉଠିଲା ଚାରି ନାହାକା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.