Below header

ପିଲାକୁ ଘରେ ବନାଇ ଖୁଆନ୍ତୁ ମସୁର ଡାଲି ଚିପ୍ସ, ବନାଇବା ପୂରା ସହଜ

ବଡ ହୁଅନ୍ତୁ ଅବା ପିଲା ସମସ୍ତଙ୍କୁ ଚିପ୍ସ ଖାଇବାକୁ ବହୁତ ଭଲ ଲାଗିଥାଏ। ପରିବାର ସହ ମିଶି ଗପସପ କରୁଥାନ୍ତୁ କିମ୍ବା ସାଙ୍ଗ ମାନଙ୍କ ସହିତ ବସି ଫିଲ୍ମ ଦେଖୁଥାନ୍ତୁ ମସୁର ଡାଲିରେ ପ୍ରସ୍ତୁତ ଏହି ଚିପ୍ସ ଆପଣଙ୍କ ମନୋରଞ୍ଜନକୁ ବହୁତ ଅଧିକ ବଢ଼ାଇଦିଏ। ମାର୍କେଟର ଚିପ୍ସ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇପାରେ। ଯଦି ଆପଣ ଘରେ ମସୁର ଡାଲିର କ୍ରିସପି ଚିପ୍ସ ବନାଇବାକୁ ଚାହୁଁଛନ୍ତି ତାହେଲେ ଏହି ଜଲଦି ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୧ କପ୍‌ ମସୁର ଡାଲି
  • ଲୁଣ ସ୍ୱାଦାନୁସାରେ
  • ୧/୨ ଚାମଚ ଜିରା
  • ୧/୨ ଚାମଚ ଲାଲ ଲଙ୍କା ପାଉଡର
  • ୧ ଚିମୁଟା ବେକିଙ୍ଗ ସୋଡା
  • ୧ ଚାମଚ ଚାଟ ମସଲା
  • ୧ ଚାମଚ ଗୋଲମରୀଚ
  • ୨ କପ୍‌ ତେଲ
  • ୨ ଚାମଚ ସୁଜି
  • ୨ ଚାମଚ ଗହମ ଅଟା

ପ୍ରସ୍ତୁତି ପ୍ରଣାଳୀ

  • ମସୁର ଡାଲି ଚିପ୍ସ ବନାଇବା ପାଇଁ ସର୍ବପ୍ରଥମେ ଆପଣ ମସୁର ଡାଲିକୁ ପାଣିରେ ଭିଜାଇ ପ୍ରାୟ ୨ ରୁ ୩ ଘଣ୍ଟା ପାଇଁ ଛାଡି ଦିଅନ୍ତୁ।
  • ୨ ରୁ ୩ ଘଣ୍ଟା ପରେ ଡାଲିକୁ ପାଣିରେ ଭିଜାଇ ବାହାର କରି ଗ୍ରାଇଣ୍ଡରରେ ପେଶି ଦିଅନ୍ତୁ।
  • ଯେତେବେଳେ ଡାଲି ଗ୍ରାଇଣ୍ଡିଂ ହୋଇଯିବ ସେତେବେଳେ ବାହାର କରି ଏକ ପାତ୍ରରେ ରଖିଦିଅନ୍ତୁ।
  • ଏବେ ପେଶି ରଖିଥିବା ସାମଗ୍ରୀରେ ସୁଜି, ଗହମ ଅଟା ଏବଂ ବେକିଙ୍ଗ ସୋଡା ପକାଇ ତାକୁ ଭଲଭାବେ ଚକଟି ଦିଅନ୍ତୁ।
  • ଏବେ ସେହି ମିଶ୍ରଣରେ ଲାଲଲଙ୍କା ପାଉଡର, ଲୁଣ, ଗୋଲମରୀଚ ପକାଇ ସବୁକୁ ଭଲଭାବେ ଫେଣ୍ଟି ଦିଅନ୍ତୁ।
  • ଏବେ ସେହି ସାମଗ୍ରୀର ଛୋଟ ଛୋଟ ଗୋଲା ବନାଇ ଦିଅନ୍ତୁ।
  • ଯେତେବେଳେ ସମସ୍ତ ଗୋଲା ବନିଯିବ, ସେତେବେଳେ ଏହାକୁ ଚିପ୍ସ ଆକାରରେ କାଟି ଦିଅନ୍ତୁ।
  • ପରେ କାଟି ରଖିଥିବା ଏହି ଚିପ୍ସକୁ ଗୋଟେ କିମ୍ବା ୨ ଦିନ ପର୍ଯ୍ୟନ୍ତ ଖରାରେ ସୁଖାଇ ଦିଅନ୍ତୁ।
  • ଏବେ ଚିପ୍ସ ଭଲଭାବେ ସୁଖିଗଲା ପରେ ତେଲ ଗରମ କରି ଛାଣି ଦିଅନ୍ତୁ।
  • ସମସ୍ତ ଚିପ୍ସକୁ ଏହିଭଳି ଭାବେ ଫ୍ରାଏ କରିବ। ସବୁକୁ ଫ୍ରାଏ କଲା ପରେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ମସୁର ଡାଲି ଚିପ୍ସ।
  • ଆପଣ ସନ୍ଧ୍ୟାରେ ଚା ସହିତ ସର୍ଭ କରି ଆରାମସେ ଏହାର ମଜା ନେଇପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.