Below header

ଢେଙ୍କାନାଳ: ପଞ୍ଚାୟତ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ଼, ଏପର୍ଯ୍ୟନ୍ତ ଜବତ ହୋଇଛି କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି

କାମାକ୍ଷାନଗର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ କୋଟିପତି ପିଈଓ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ। ଢେଙ୍କାନାଳ କଙ୍କଡ଼ାହାଡ଼ କେରଜୁଳି ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ ସାହୁଙ୍କ କାମାକ୍ଷାନଗରରେ ଏକ ୩ ମହଲା ଘର ସହ ଏକ ଦୋକାନରେ ଚଢାଉ ଜାରି ରହିଛି। ସେହିପରି ପୈତୃକ ଘର ତୁମୁସିଂଗା ଥାନା ଧୋବାବାହାଳିରେ ଭିଜିଲାନ୍ସର ଚଢାଉ ହୋଇଛି।

peo house

୫ଟି ଟିମ୍ ଏକକାଳିନ ଚଢାଉ କରୁଛନ୍ତି। ସନ୍ତୋଷ ସାହୁ  ଭୁବନ ବ୍ଲକ ଦିଘି ଓ ମଠକରଗୋଳା ପଞ୍ଚାୟତର ପିଇଓ ଥିଲାବେଳେ ବହୁ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା।

kamakhyanafar peo1

ଏ ପର୍ଯ୍ୟନ୍ତ ଏକ କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତି ଠାବ ହେଲାଣି। ଏଥିରେ ଆଲିସାନ ଘର ସହ ଦାମି ଗାଡି ଅଛି। ସେପଟେ ପିଈଓ କହିଛନ୍ତି  କୌଣସି ବେଆଇନ ଅର୍ଥ ନାହିଁ। ବ୍ୟାଙ୍କ୍ ଲୋନ କରି ସେ ଘର କରିଛନ୍ତି। ଭିଜିଲାନ୍ସର ଟିମ ବ୍ୟାଙ୍କକୁ ଯାଇ ମଧ୍ୟ ତଦନ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.