ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି ଖୁନୀ ଜୁସ୍‌, ପାଖାପାଖି ୨ କୋଟି ଲୋକ ଦେଖି ସାରିଲେଣି ଭିଡିଓ

କେତେକ ଫଳ ଏବଂ ପରିବାରୁ ତିଆରି ହୋଇଥିବା ଲାଲ୍‌ ରଙ୍ଗର ଏକ ହେଲ୍‌ଦି ଜୁସ୍‌ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି। ହରିୟାଣାର ଫରିଦାବାଦରେ ଭଗତ ସିଂ ଚୌକ ନିକଟସ୍ଥ ଏକ ରାସ୍ତାପାର୍ଶ୍ୱରେ ଏହି ଜୁସ୍‌ ବିକ୍ରି ହେଉଥିବା ଆପଣ ଦେଖିବାକୁ ପାଇପାରିବେ। ଜୁସ୍‌ର ନାଁ ‘ଖୁନୀ ଜୁସ୍‌’ ଦିଆଯାଇଛି। ‘ଆର୍‌ ୟୁ ହଙ୍ଗ୍ରି’ ନାମକ ଫୁଡ୍‌ ବ୍ଲଗିଙ୍ଗ୍‌ ଚ୍ୟାନେଲ ଦ୍ୱାରା ୟୁଟ୍ୟୁବରେ ସେୟାର କରାଯିବା ପରେ ଏହି ହେଲ୍‌ଦି ଜୁସ୍‌ ଭିଡିଓକୁ ଏବେ ସୁଦ୍ଧା ୧୮,୯୨୮,୨୪୮ରୁ ଅଧିକ ଭ୍ୟୁ ମିଳିସାରିଲାଣି।

ଭିଡିଓରେ ଜୁସ୍‌ ବିକ୍ରି କରୁଥିବା ନଦୀମଙ୍କୁ ଜୁସ୍‌ କୋର୍ଟ ସହିତ ଦେଖିବାକୁ ମିଳୁଛି, ଯେଉଁଠି ଅନେକ ପ୍ରକାରର ସବୁଜ ପରିବା, ପତ୍ରଯୁକ୍ତ ପରିବା ଏବଂ ଫଳ ରହିଛି। ୧ ମିନିଟ୍‌ର ଲମ୍ବା ଭିଡିଓରେ ନଦୀମ୍‌ ପାଳଙ୍ଗ ପତ୍ର, ଧନିଆ ପତ୍ର, କଲରା, କଞ୍ଚା ହଳଦୀ, କମଳା, ଗାଜର, ବିଟ୍‌, ଅଁଳା ଆଦି ପକାଇ ଜୁସ୍‌ ବନାଉଥିବା ଦେଖିବାକୁ ମିଳୁଛି। ଏହାପରେ ସେ ସେଥିରେ କଳା ଲୁଣ ଓ ଲେମ୍ବୁ ରସ ପକାଇ ଗ୍ରାହକଙ୍କୁ ପରସି ଦେଉଛନ୍ତି।

ଲାଲ୍‌ ରଙ୍ଗର ଏହି ଖୁନୀ ଜୁସ୍‌ ବଡ଼ ଗ୍ଲାସ ପିଛା ୫୦ ଟଙ୍କା ରହିଥିବା ବେଳେ ଛୋଟ ଗ୍ଲାସ ପିଛା ମୂଲ୍ୟ ରହିଛି ୨୦ ଟଙ୍କା। ତେବେ ଭିଡିଓଟି ସୋସିଆଲ ମିଡିଆ ୟୁଜର୍ସଙ୍କୁ ଖୁବ୍‌ ପସନ୍ଦ ଆସିଛି। ସେମାନେ ଏହା ଉପରେ ବିଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି। ଜଣେ ଲେଖିଛନ୍ତି, ମୁଁ ମୋ ଜୀବନରେ ଏମିତି ହେଲ୍‌ଦି ଡ୍ରିଙ୍କ୍‌ କେବେ ଦେଖିନି। ଆଉ ଜଣେ ଲେଖିଛନ୍ତି, ଏହି ଜୁସ୍‌ ବହୁତ ପୁଷ୍ଟିକର।

video courtesy: ARE YOU HUNGRY

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.