ଘରେ ଇନଷ୍ଟାଣ୍ଟ ବନାନ୍ତୁ ବଜାର ଭଳି କୁରକୁରେ, ଥରେ ନିଶ୍ଚୟ କରନ୍ତୁ ଟେଷ୍ଟ

ଚା ସହିତ କୁରକୁରେ ଖାଇବାର ମଜା କିଛି ଅଲଗା ପ୍ରକାର ହୋଇଥାଏ। କିନ୍ତୁ ବଜାରର ପ୍ୟାକେଟ କୁରକୁରେକୁ ନେଇ ଅନେକ ଲୋକଙ୍କ ମନରେ ଏହି ଭାବନା ଥାଏ ଯେ ଏହା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଘରେ କେମିତି ବନାଇବେ।

ଆବଶ୍ୟକ ସାମଗ୍ରୀ

  • ୧ ବଡ କପ୍‌ ଚାଉଳ ଗୁଣ୍ଡ
  • ୩ ଛୋଟ ଚାମଚ ବିରି ଡାଲି
  • ୩ ବଡ ଚାମଚ ଲହୁଣୀ
  • ୧ ବଡ ଚାମଚ ଲାଲ ଲଙ୍କା ପାଉଡର
  • ୨ ବଡ ଚାମଚ ଅଦା-ରସୁଣ ପେଷ୍ଟ
  • ଅଧା ଛୋଟ ଚାମଚ ଗୋଟା ଜିରା
  • ୨ ଛୋଟ ଚାମଚ ହେଙ୍ଗୁ
  • ଅଧା ଛୋଟ ଚାମଚ ଧଳା ଆଉ କଳା ରାଶି
  • ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ଧୀମା ଆଞ୍ଚରେ ଏକ ପ୍ୟାନ୍‌ ଗରମ କରନ୍ତୁ। ପ୍ୟାନ୍‌ ଗରମ ହେବା ପରେ ବିରି ଡାଲିକୁ ଭାଜି ଦିଅନ୍ତୁ। ଏହାପରେ ଆଞ୍ଚ ବନ୍ଦ କରିଦିଅନ୍ତୁ। ବିରି ଡାଲିରେ ଚାଉଳ ଗୁଣ୍ଡ, ବଟର ବା ଲହୁଣୀ, ଲୁଣ, ହେଙ୍ଗୁ, ଲାଲ ଲଙ୍କା ପାଉଡର, ଅଦା-ରସୁଣ ପେଷ୍ଟ ଏବଂ ରାଶି ମିକ୍ସ କରି ଚକଟିଦିଅନ୍ତୁ। ଏହାପରେ ଏହି ଗୋଲାକୁ ନେଇ ଚକଲି ମେସିନ୍‌ ବା ସ୍ନାକ୍ସ ମେସିନରେ ଭରିଦିଅନ୍ତୁ। ଏବେ ଧୀମା ଆଞ୍ଚରେ ଏକ ପ୍ୟାନ୍‌ ଗରମ କରି ଚକଲି ମେସିନରୁ ତିଆରି ହେଉଥିବା କୁରକୁରାକୁ ତେଲରେ ପକାଇ ଛାଣନ୍ତୁ। ଏହାପରେ କୁରକୁରା ହାଲକା ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଏହାକୁ ଛାଣନ୍ତୁ। ଏବେ ଆପଣଙ୍କର କ୍ରିସପି କୁରକୁରେ ପ୍ରସ୍ତୁତ ହୋଇଯାଇଛି। ଏହା ଉପରେ ଆପଣ ଚାଟ୍‌ ମସଲା ପକାଇ ଚା ସହିତ ସର୍ଭ କରିପାରିବେ। ଯଦି ଆପଣ ଏହାକୁ ଅଧିକ ଦିନ ପାଇଁ ଷ୍ଟୋର କରିବାକୁ ଚାହୁଁଛନ୍ତି ତାହେଲେ ଏୟାର ଟାଇଟ୍‌ ଡବାରେ ଏହାକୁ ଷ୍ଟୋର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.