Below header

ସମ୍ବଲପୁର: ଅବକାରୀ ସବ୍‌-ଇନ୍ସପେକ୍ଟରଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ, ଭିଜିଲାନ୍ସ କଲା ରେଡ଼

 ସମ୍ବଲପୁର(କେନ୍ୟୁଜ୍):  ଭିଜିଲାନ୍ସ ଜାଲରେ ଅବକାରୀ ସବ୍‌-ଇନ୍ସପେକ୍ଟର । ଝାରସୁଗୁଡା ବେଲପାହାଡରେ ଅବକାରୀ ସବ୍‌-ଇନ୍ସପେକ୍ଟର ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ରେଡ୍‌ ଚାଲିଛି ।

ବେଲପାହାଡ ଅବକାରୀ ଅଫିସ, ସମ୍ବଲପୁରର କଲ୍ୟାଣୀ ନଗର, ଅବକାରୀ ଇଆଇବି ଅଫିସ, ଗୋବିନ୍ଦତୋଲାରେ ଭିଜିଲାନ୍ସର ୪ଟି ଟିମ୍‌ ଏକାସାଙ୍ଗରେ ଚଢାଉ ଜାରି ରଖିଛନ୍ତି । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ତେବେ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହେଲାଣି ତାର ସ୍ପଷ୍ଟ ସୂଚନା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.