Below header

ଜାଲ୍‌ କାଗଜପତ୍ର ଦେଇ ଟେଣ୍ଡର ହାତେଇଛନ୍ତି କି ଦୁଇ ସ୍ପେସାଲ କ୍ଲାସ୍‌ କଣ୍ଟ୍ରାକ୍ଟର ? ମାମଲା ରୁଜୁ କଲା ଗ୍ରାମ୍ୟ ଉନ୍ନୟନ ବିଭାଗ

କେନ୍ଦୁଝର : ଗ୍ରାମ୍ୟ ଉନ୍ନୟନ ବିଭାଗର ଟେଣ୍ଡର ପ୍ରକ୍ରିୟାରେ ନକଲି ଦସ୍ତାବିଜ୍ ଦେଇ ଟେଣ୍ଡର ହାତେଇବାରେ ସଫଳ ହୋଇଥିଲେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ସୁରେନ୍ଦ୍ର ଭୂୟାଁ ଏବଂ ଗଦାଧର ନାୟକଙ୍କ । ଏବେ ସେମାନଙ୍କ ନାମରେ ଲାଗିଛି ଦଫା ୪୨୦। ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପି.କେ. ମିଶ୍ର ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୨୦ ଏବଂ ୪୬୮ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏବେ ଥାନାରେ ମାମଲା ରୁଜୁ ହେବା ପରେ ସମଗ୍ର ଟେଣ୍ଡର ପ୍ରକ୍ରିୟାର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତ ୨୯ ତାରିଖ ଦିନ ଅଧୀକ୍ଷଣ ଯନ୍ତ୍ରୀ ପି.କେ.ମିଶ୍ର ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗରେ ସେ ଗଦାଧର ନାୟକ ଏବଂ ସୁରେନ୍ଦ୍ର ଭୂୟାଁଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ନକଲି ବାଲାନସ୍ ସିଟ୍ ଏବଂ ପ୍ରଫିଟ୍ ଆଣ୍ଡ ଲସ୍ ଷ୍ଟେଟମେଣ୍ଟ ଦେଇଥିବା ଦର୍ଶାଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର ହାଟଡିହି ଠାରୁ ରୁଗୁଡି ସାହି ପର୍ଯ୍ୟନ୍ତ ରାସ୍ତା କାମ ପାଇଁ ଟେଣ୍ଡର ପ୍ରକ୍ରିୟାରେ ସୁପର କ୍ଲାସ କଣ୍ଟ୍ରାକ୍ଟର ଗଦାଧର ନାୟକ ପାଇଥିଲେ। ଟେଣ୍ଡର ପ୍ରକ୍ରିୟାରେ ସେ ଦାଖଲ କରିଥିବା ବାଲାନସ୍ ସିଟ୍ ଏବଂ ଲସ୍ ଆଣ୍ଡ ପ୍ରଫିଟ୍ ଷ୍ଟେଟମେଣ୍ଟ ନକଲି ଥିଲା।

ଠିକ୍‌ ସେହିପରି ଗୋପୀନାଥପୁର-ଗୋନାସିକା ରାସ୍ତା ପାଇଁ ନକଲି ଦସ୍ତାବିଜ୍ ଦାଖଲ କରିଥିଲେ ସୁପର କ୍ଲାସ କଣ୍ଟ୍ରାକ୍ଟର ସୁରେନ୍ଦ୍ର ଭୂୟାଁ। ତେଣୁ ବିଭାଗ ପକ୍ଷରୁ ମାମଲା ରୁଜୁ ପରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଥିବା କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.