Below header

ପୋଲିସ ହାତରୁ ଅଭିଯୁକ୍ତ ଚମ୍ପଟ, ପୋଲିସକୁ ୪ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ

ପୋଲିସ ହାତରୁ ଅଭିଯୁକ୍ତ ଚମ୍ପଟ। ଫେରାର ଅଭିଯୁକ୍ତକୁ ଗିରଫ ଦାବିରେ ଗାଁ ଲୋକେ କମର୍ଦ୍ଦା ପୋଲିସକୁ ଦୀର୍ଘ ସମୟ ଅଟକ ରଖିଥିଲେ।

ପୋଲିସ ହାତରୁ ଅଭିଯୁକ୍ତ ଚମ୍ପଟ। ଫେରାର ଅଭିଯୁକ୍ତକୁ ଗିରଫ ଦାବିରେ ଗାଁ ଲୋକେ କମର୍ଦ୍ଦା ପୋଲିସକୁ ଦୀର୍ଘ ସମୟ ଅଟକ ରଖିଥିଲେ। ଏଭଳି ଘଟଣା ମହାଶିବରାତ୍ରୀରେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ହୁଡ଼ାପାଳ ଗ୍ରାମରେ ଘଟିଛି। ବୁଢାପାଳ ଗାଁର ଜଣେ ମହିଳାଙ୍କୁ ରସଲପୁର ଗ୍ରାମର ଉତ୍ତମ ବେହେରା ଅସଦାଚରଣ କରିଥିଲେ।

ମହିଳା ଜଣକ ଚିତ୍କାର କରିବାରୁ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଉତ୍ତମକୁ କାବୁ କରି ଥାନାରେ ଏଫଆଇଆର ଦେଇଥିଲେ। ଆଇଆଇସିଙ୍କ ନିର୍ଦ୍ଦେଶରେ ଗ୍ରାମରକ୍ଷୀ ବିଜୟ ସିଂ ଘଟଣାସ୍ଥଳରେ ପହଞ୍ଚଥିଲେ। ପରେ ଗ୍ରାମବାସୀ ଅଭିଯୁକ୍ତ ଉତ୍ତମ ବେହେରାକୁ ଗ୍ରାମରକ୍ଷୀ ଜିମା ଦେଇଥିଲେ। ଗ୍ରାମରକ୍ଷୀ ଏକୁ ଟିଆ ଅଭିଯୁକ୍ତକୁ ଥାନାକୁ ଆଣୁଥିଲେ। ଏହି ସମୟରେ ଅଭିଯୁକ୍ତକୁ ଗ୍ରାମରକ୍ଷୀ ଛାଡ଼ିଦେଇ ଥିବା ଗ୍ରାମବାସୀ ଅଭିଯୋଗ କରି ପୋଲିସକୁ ୪ଘଣ୍ଟା ଅଟକ ରଖିଥିଲେ। 24 ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ପୋଲିସକୁ ଛାଡିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.