Below header

ଟେକ୍ନୋଲୋଜି ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ: ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଉଡ଼ନ୍ତା ଟାକ୍ସି

ଟେକ୍ନୋଲୋଜି ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଡିଭାଇସ ଲଞ୍ଚ ହେଉଛି । ଏହି ସମୟରେ ଏବେ ଖୁବ ଶୀଘ୍ର ଆସିବାକୁ ଯାଉଛି ଉଡନ୍ତା ଟାକ୍ସି । ଏହା ଶୁଣି ଆପଣଙ୍କୁ ଖୁବ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ସେହିଦିନ ଦୂର ନୁହେଁ ଯେବେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ପାଇଁ ଏହି ଉଡ଼ନ୍ତା ଟ୍ୟାକ୍ସିର ବ୍ୟବହାର କରିବେ ।

ବିଶ୍ୱ ଦରବାରରେ ଟେକ୍ନୋଲୋଜିର ଏଭଳି ଅଗ୍ରଗତି ଦେଖିବା ପରେ ଏବେ କୌଣସି ବି କାର୍ଯ୍ୟ ଅସମ୍ଭବ ମନେ ହେଉ ନାହିଁ । ଟେକ୍ନୋଲୋଜି ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଡିଭାଇସ ଲଞ୍ଚ ହେଉଛି । ଏହି ସମୟରେ ଏବେ ଖୁବ ଶୀଘ୍ର ଆସିବାକୁ ଯାଉଛି ଉଡନ୍ତା ଟାକ୍ସି । ଏହା ଶୁଣି ଆପଣଙ୍କୁ ଖୁବ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ସେହିଦିନ ଦୂର ନୁହେଁ ଯେବେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ପାଇଁ ଏହି ଉଡ଼ନ୍ତା ଟ୍ୟାକ୍ସିର ବ୍ୟବହାର କରିବେ । ସୂଚନା ଅନୁଯାୟୀ ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଉଡ଼ନ୍ତା ଟାକ୍ସି ।

ଉଡ଼ନ୍ତା ଟାକ୍ସି ବିଷୟରେ ସୁବ ପରେ ଆପଣମାନେ ନିଶ୍ଚୟ ଭାବୁଥିବେ ଯେ ଏଥିପାଇଁ ବହୁତ ଖର୍ଚ୍ଚ କରିବାକୁ ପଡିବ, କିନ୍ତୁ ଏହା ସତ ନୁହେଁ । ରିପୋର୍ଟ ଅନୁଯାୟୀ ଆପଣ ସମାନ ଦୂରତା ଅତିକ୍ରମ କରିବା ପାଇଁ ୟୁବରରେ ଦେଉଥିବା ପ୍ରାଇଜର ମାତ୍ର ଦୁଇଗୁଣ ମୂଲ୍ୟ ଦେବାକୁ ପଡିବ । ଇପ୍ଲେନ୍ କମ୍ପାନୀର ପ୍ରତିଷ୍ଠାତା ତଥା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ (ଆଇଆଇଟି-ମାଡ୍ରାସ) ର ଏରୋସ୍ପେସ୍ ଇଞ୍ଜିନିୟରିଂର ବିଶିଷ୍ଟ ପ୍ରଫେସର ସତ୍ୟ ଚକ୍ରବର୍ତ୍ତୀ ଏହାକୁ ବାସ୍ତବ ରୂପ ଦେବା ପାଇଁ କାର୍ଯ୍ୟ କରୁଛନ୍ତି ।

ସୂଚନା ଅନୁଯାୟୀ ଏହି ଇ-ବିମାନ ପ୍ରସ୍ତୁତ କରିବା ପାଇଁ ବହୁତ କଷ୍ଟ କରିବାକୁ ପଡୁଛି ଏବଂ ଅନେକ ନୂଆ ଟେକ୍ନୋଲୋଜିର ବ୍ୟବହାର କରାଯାଉଛି । ଏହି ଟାକ୍ସି ଚାଲିବା ପରେ ହେଭି ଟ୍ରାଫିକ ସମାସ୍ୟକୁ ଏଡାଇ ଦିଆଯାଇପାରିବ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଏହି ଟାକ୍ସି ଖୁବ ସହଜରେ ଅତିକ୍ରମ କରି ଆପଣଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା । ଏହି ଟ୍ୟାକ୍ସି ପାଇଁ ପେଟ୍ରୋଲ କିମ୍ବା ଡିଜେଲର ବି ଆବଶ୍ୟକତା ନାହିଁ କାରଣ ଏହା ଏକ ବ୍ୟାଟେରୀ ତଥା ଇ-ଟାକ୍ସି ହେବାକୁ ଯାଉଛି ।

ଥରେ ଏହି ବ୍ୟାଟେରୀ ଚାର୍ଜ ହେବା ପରେ ଆପଣ ଅନେକ ସମୟ ଯାତ୍ରା ମଧ୍ୟ କରିପାରିବେ । ଅନେକ ପ୍ରତିବନ୍ଧକ ସତ୍ୱେ, ଇପ୍ଲେନ୍ ର ଏକ ସିକ୍ୱେଲ୍ ପ୍ରୋଟୋଟାଇପ୍, e50 ର ସଫଳ ପରୀକ୍ଷଣ କରାଯାଇଛି । ପ୍ରଫେସର ଚକ୍ରବର୍ତ୍ତୀଙ୍କର କହିବା ମୁତାବକ ଏହି ଟାକ୍ସି ଆସନ୍ତା ଅକ୍ଟୋବର-ନଭେମ୍ବର ମାସ ଭିତରେ ଭାରତରେ ଲଞ୍ଚ କରାଯାଇପାରେ । ଯଦି ସେ ତାଙ୍କ ପ୍ରତିଶ୍ରୁତି ବାସ୍ତବରେ ପରିଣତ କରନ୍ତି, ତେବେ ଏହା ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବ । ଯାହା ଯାତାୟାତର ପ୍ରଣାଳୀଙ୍କୁ ସମ୍ପୂର୍ଣ୍ଣ ଭାବରେ ବଦଳାଇଦେବ ।

ଏଥିରେ ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ମଧ୍ୟ ଅନେକ ପଦକ୍ଷେପ ନିଆଯିବ ଯେପରିକି ସୁରକ୍ଷିତ ଭାବରେ ଅବତରଣ କରିବା ପାଇଁ ପାରାଚ୍ୟୁଟ୍ ଏବଂ ଇନଫ୍ଲେଟେବଲର ବ୍ୟବସ୍ଥା ରହିବ । ଉଡ଼ାଣ ସମୟରେ ସ୍ଥିରତା ଏବଂ ନିୟନ୍ତ୍ରଣକୁ ବଢାଇବା ପାଇଁ ଭର୍ଟିକାଲ୍ ରୋଟର୍ ଏବଂ ଏରୋଡାଇନାମିକ୍ ଡିଜାଇନ୍ ଭଳି ଉନ୍ନତ ମାନର ଟେକ୍ନୋଲୋଜି ମଧ୍ୟ ବ୍ୟବହାର କରାଯାଉଛି । ତେବେ ଏହି ଉଡନ୍ତା ଇ-ଟ୍ୟାକ୍ସି ଆଗାମୀ ସମୟରେ ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ ସାହାଯ୍ୟକାରୀ ଏବଂ ଟେକ୍ନୋଲୋଜି ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.