ଆରମ୍ଭ ହୋଇଛି Flipkart Sale, Smartphone, Smart TV ଏବଂ ACରେ ମିଳିବ ବମ୍ପର ଡିସ୍‌କାଉଣ୍ଟ

ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ତାର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ନୂଆ ସେଲ୍‌ ଆରମ୍ଭ କରିଛି । ଆଜିଠାରୁ ଫ୍ଲିପକାର୍ଟରେ ବିଗ୍ ଅପଗ୍ରେଡ୍ ସେଲ୍‌ ୨୦୨୪ ଆରମ୍ଭ ହୋଇଛି । ଏହି ସେଲ୍‌ ମାର୍ଚ୍ଚ ୯ ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ ।

ଯଦି ଆପଣ ଅନଲାଇନ୍ ସପିଂକୁ ଭଲ ପାଆନ୍ତି ଏବଂ ଡସ୍‌କାଉଣ୍ଟ ଅଫର ପାଇଁ ଅପେକ୍ଷା କରନ୍ତି, ତେବେ ବର୍ତ୍ତମାନ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ତେବେ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ତାର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ନୂଆ ସେଲ୍‌ ଆରମ୍ଭ କରିଛି । ଆଜିଠାରୁ ଫ୍ଲିପକାର୍ଟରେ ବିଗ୍ ଅପଗ୍ରେଡ୍ ସେଲ୍‌ ୨୦୨୪ ଆରମ୍ଭ ହୋଇଛି । ଏହି ସେଲ୍‌ ମାର୍ଚ୍ଚ ୯ ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ ।

ଫ୍ଲିପକାର୍ଟ ବିଗ୍ ଅପଗ୍ରେଡ୍ ସେଲ୍‌ରେ, ଆପଣ ସାତ ଦିନ ପାଇଁ ବମ୍ପରି ଡିସ୍‌କାଉଣ୍ଟ ସହିତ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି, ଏୟାର କଣ୍ଡିସନର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଏବଂ ଘର ଉପକରଣ ଜିନିଷ ପାଇପାରିବେ । ତେବେ ବିଗ୍ ଅପଗ୍ରେଡ୍ ସେଲ୍‌ର ଲାଭ ଉଠାଇ ଆପଣ ଅତି କମ୍ ଦାମରେ ପ୍ରିମିୟମ୍ ଗ୍ୟାଜେଟ୍ ମଧ୍ୟ କିଣି ପାରିବେ ।

ଫ୍ଲାଟ ଡିସ୍‌କାଉଣ୍ଟ ସହିତ ବ୍ୟାଙ୍କ ଅଫର୍ ମଧ୍ୟ ରହିଛି :
ଏହାର ବିଗ୍ ଅପଗ୍ରେଡ୍ ସେଲ୍‌ରେ ଫ୍ଲିପକାର୍ଟ ଗ୍ରାହକଙ୍କୁ ଫ୍ଲାଟ ଡିସ୍‌କାଉଣ୍ଟ ଦେବା ସହିତ ବେଷ୍ଟ ଅଫର ମଧ୍ୟ ଦେଉଛି । ଏହି ପରି ଆପଣ ଏହି ସେଲ୍‌ରେ ଟଙ୍କା ସଞ୍ଚୟ କରିପାରିବେ । କମ୍ପାନୀ ଆକ୍ସିସ୍ ବ୍ୟାଙ୍କ କାର୍ଡରେ ଗ୍ରାହକଙ୍କୁ ୧୦ ପ୍ରତିଶତ ଡିସ୍‌କାଉଣ୍ଟ ଦେବ । ଯଦି ଆପଣ ଏକ ବଡ ସ୍କ୍ରିନ ସ୍ମାର୍ଟ ଟିଭି କିଣିବାକୁ ଚାହୁଁଛନ୍ତି କିମ୍ବା ଖରା ପାଇଁ ଏୟାର କଣ୍ଡିସନର କିମ୍ବା ରେଫ୍ରିଜରେଟର କଣିବାକୁ ଚାହୁଁଛନ୍ତି, ତେବେ ବର୍ତ୍ତମାନ ଏକ ଭଲ ସପିଂ ସୁଯୋଗ ମିଳିଛି ।

ପ୍ରିମିୟମ୍ ପ୍ରଡକ୍ଟ କିଣିବାର ଭଲ ସୁଯୋଗ :
ବିଗ୍ ଅପଗ୍ରେଡ୍ ସେଲ୍‌ରେ, ଡିସ୍‌କାଉଣ୍ଟ ଅଫରରେ ଆପଣ ସାମସଙ୍ଗର ସ୍ମାର୍ଟ କ୍ରିଷ୍ଟାଲ୍ ଭିଜନ 4K ଟିଭି କିଣି ପାରିବେ । ଯଦି ଆମେ ଏୟାର କଣ୍ଡିସନର ଅଫର ବିଷୟରେ କହିବା, ତେବେ ଆପଣ ମାତ୍ର ୩୩,୪୯୦ ଟଙ୍କାରେ LG ର ୧.୫ ଟନ୍ ୩ ଷ୍ଟାର୍ ଏସି କିଣି ପାରିବେ ।

ସେହିଭଳି ଆପଣଙ୍କୁ ଆପଲ୍ ଆଇଫୋନ୍ ଉପରେ ମଧ୍ୟ ବମ୍ପର ଡିସ୍‌କାଉଣ୍ଟ ମିଳିବାକୁ ଯାଉଛି । ଡିସ୍‌କାଉଣ୍ଟ ସହିତ ଆପଣ କେବଳ ୬୫,୯୯୯ ଟଙ୍କାରେ iPhone 15 କିଣିପାରିବେ । ସେହିପରି ଆପଣ iPhone 14କୁ ମାତ୍ର ୫୬,୯୯୯ ଟଙ୍କାରେ କିଣି ପାରିବେ । ଏହା ବ୍ୟତୀତ ଆପଣ ୨୭% ଡିସ୍‌କାଉଣ୍ଟ ସହିତ ମାତ୍ର ୬୯,୯୯୯ ଟଙ୍କାରେ ସେଲ୍‌ରେ Samsung Galaxy S23 କିଣି ପାରିବେ । ଏହି ପରି ଯଦି ଆପଣ ଏହି ସବୁ ଜିନିଷ କିଣିବାକୁ ଚାହୁଁଛନ୍ତି, ତେବେ ଆଜି ହିଁ ଏହି ବମ୍ପର ଅଫରରେ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.