Below header

ଦାଣ୍ଡ ମଝିରେ ଯୁବକଙ୍କୁ ଅମାନୁଷିକ ଅତ୍ୟାଚାର, ସଂଘବଦ୍ଧ ହୋଇ ପିଟିଲେ ଗାଁ ଲୋକେ; ଭିଡିଓ ଭାଇରାଲ

ଖୋର୍ଦ୍ଧା(କେ.ନ୍ୟୁଜ୍‌): ଗାଁ ମଝିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ପୋଡ଼ାଡିହ ଗ୍ରାମରେ। ଏଠାରେ ଜଣେ ଯୁବକଙ୍କୁ ଗାଁର କିଛି ଯୁବକ ମିଶି ପିଟିଥିବା ଜଣାଯାଇଛି। ଘଟଣା ବେଳର ଦୃଶ୍ୟ ଭାଇରାଲ ହେବା ପରେ ମାମଲା ପଦାକୁ ଆସିଥିଲା।

baghamari

 

ରିପୋର୍ଟ ମୁତାବକ, ଗତ ମେ’ ୮ ତାରିଖ ଦିନ ରମେଶ ଜଗଦେବଙ୍କ ଟ୍ରାକ୍ଟର ଗାଁର ଜଣଙ୍କ କାର୍‌ ସହ ସାମାନ୍ୟ ଘଷି ହୋଇଯାଇଥିଲା। ଏହି କଥାକୁ ନେଇ କାର ମାଲିକ ପ୍ରଥମେ ଟ୍ରାକ୍ଟରର ଡ୍ରାଇଭର ଓ ପରେ ମାଲିକ ରମେଶଙ୍କୁ ଗାଁ ଦାଣ୍ଡରେ କିଛି ଯୁବକଙ୍କ ସହାୟତାରେ ଅତ୍ୟନ୍ତ ବର୍ବରୋଚିତ ଭାବେ ପିଟିଥିଲେ। ଆକ୍ରମଣରେ ଗୁରୁତର ହୋଇଥିବା ରମେଶଙ୍କୁ ବର୍ତ୍ତମାନ ଭୁବନେଶ୍ୱର ଏମ୍‌ସ୍‌ରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ତେବେ ଆକ୍ରମଣ ନେଇ ରମେଶଙ୍କ ମା’ ବାଘମାରୀ ଥାନାରେ ଏତଲା ଦେଇଛନ୍ତି। ତେବେ ପୋଲିସ ଏହି ମାମଲାରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.