ଦରଦୀ ଦାକ୍ତରଙ୍କ ବିଶାଳ ହୃଦୟ, ଏଚଆଇଭି ଆକ୍ରାନ୍ତ ନାବାଳକକୁ ଦେଲେ ନିଜ ଝିଅ ଏକୋଇସିଆ ପାଇଁ ସଞ୍ଚୟ କରିଥିବା ଟଙ୍କା

ସମ୍ବଲପୁର(କେନ୍ୟୁଜ୍):   କେତେବେଳେ ରାସ୍ତାରେ ଦୁର୍ଘଟଣାରେ ପଡ଼ିଥିବା ରୋଗୀଙ୍କୁ ନିଜ କାରରେ ଆଣି ଚିକିତ୍ସା କରିବା ତ କେତେବେଳେ ଦୁର୍ଘଟଣାଗ୍ରସ୍ତ ପଶୁଙ୍କ ଚିକିତ୍ସା ଫୋନର ଭିଡ଼ିଓ କଲିଂ ମାଧ୍ୟମରେ କରିବା, ସବୁ କ୍ଷେତ୍ରରେ ନିଜ ସେବା କର୍ତ୍ତବ୍ୟକୁ ନେଇ ଚର୍ଚ୍ଚାକୁ ଆସିଥିବା ସମ୍ବଲପୁର ଭିମସାରର ସିନିୟର ରେସିଡାଣ୍ଟ ଡ଼ାକ୍ତର ରାମଚନ୍ଦାନୀ ଏବେ ପୁଣି ଚର୍ଚ୍ଚାରେ ।  ଏଥର କିନ୍ତୁ ସେବା ନୁହେଁ ବରଂ ଜଣେ ଏଚଆଇଭି ସଂକ୍ରମିତ ନାବାଳକକୁ ସାହାଯ୍ୟର ହାତ ବଢାଇ ସୃଷ୍ଟି କରିଛନ୍ତି ଉଦାହାରଣ।

ଗତାକିଲ ସାରା ବିଶ୍ବରେ ପାଳିତ ହେବାକୁ ଯାଉଛି ବିଶ୍ବ ଏଡସ୍ ଦିବସ। ବହୁ ସ୍ଥାନରେ ଲୋକେ ସଚେତନ ରାଲି କରିଥାନ୍ତି । ପୁଣି କେଉଁଠାରେ ସଚେତନ ବୈଠକ ମଧ୍ୟ ହୋଇଥାଏ । କିନ୍ତୁ ଏହିଭଳି କାର୍ଯ୍ୟକ୍ରମରୁ ଉର୍ଦ୍ଧ୍ବରେ ରହି ଏକ ନିଆରା ମହନୀୟତା ଦେଖାଇଛନ୍ତି ଡା.ରାମଚନ୍ଦାନୀ। କଛିଦିନ  ହେବ  ଡାକ୍ତର ରାମଚନ୍ଦାନୀଙ୍କ ସ୍ତ୍ରୀ ଦୁଇଟି କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଯେଉଁଥିପାଇଁ ରାମଚନ୍ଦାନୀ ବେଶ୍ ଖୁସି ଥିବା ଜଣା ପଡିଛି। ଏହି ଜାଆଁଳା ଝିଅ ମାନଙ୍କର ଏକୋଇସିଆ ଉତ୍ସବ ପାଇଁ ରାମଚନ୍ଦାନୀ ୫୦ ହଜାର ଟଙ୍କା ରଖିଥିଲେ।  କିନ୍ତୁ କଣ ଜୁଟିଲା ମୁଣ୍ଡକୁ ସେହି ଟଙ୍କାକୁ ଏକ ଏଚଆଇଭି ସଂକ୍ରମିତ ନାବାଳକକୁ ଦାନ କରିଦେଇଛନ୍ତି।

କିଛି ଦିନ ତଳେ ନାବାଳକର  ବାପା ମା ଏହି ମାରାତ୍ମକ ଏଚଆଇଭି ଏଡସ୍ ରୋଗରେ  ଆକ୍ରାନ୍ତ ହୋଇ ଆଖିବୁଜିଥିଲେ। ସେବେଠାରୁ ନାବାଳକ ଜଣକ ନିଜ ପିଉସାଙ୍କ ଘରେ  ରହି ସପ୍ତମ ଶ୍ରେଣୀରେ ପଢୁଛି। କିଛି ଦିନ ହେବ ଏହି ନାବାଳକ ଜଣକ ଭିମସାରେ  ଚିକିତ୍ସିତ ହୋଇଆସୁଛି। ଏହି ବିଷୟରେ ଜାଣିବା ପରେ ଡାକ୍ତର ରାମଚନ୍ଦାନୀଙ୍କ ଦରଦୀ  ହ୍‌ଦୟ ତରଳି ଯାଇଥିଲା । ପରେ ଡାକ୍ତର ରାମଚନ୍ଦାନୀ  ମନେ ମନେ  ନିଷ୍ପତି ନେଇଥିଲେ ଏହି ବାଳକଟିକୁ କିଛି ସାହାଯ୍ୟ କରିବା ପାଇଁ। ଆଉ ଏବେ ସେ ନିଜ ଜାଆଁଳା ଶିଶୁଙ୍କ ଏକୋଇସିଆ  ପାଇଁ  ସଞ୍ଚିତ କରି ରଖିଥିବା ୫୦ ହଜାର ଟଙ୍କାକୁ ନାବାଳକର ପଢା ଖର୍ଚ୍ଚ ଚିକିତ୍ସା ଖର୍ଚ୍ଚପାଇଁ ସାହାଯ୍ୟ କରିଛନ୍ତି।ଡାକ୍ତର ବାବୁଙ୍କ ଏହି ମହନୀୟତା ପାଇଁ  ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.