Below header

ମଣିଷ ପଣିଆର ଉଦାହରଣ ଦେଖାଇଲେ ସ୍ବେଚ୍ଛାସେବୀ, କରୋନା ସନ୍ଦେହରେ ପଡି ରହିଥିବା ଶବକୁ କଲେ ସତ୍କାର

ଭଞ୍ଜନଗର : ମଣିଷ ପଣିଆର ଉଦାହରଣ ଦେଖାଇଲେ ସ୍ବେଚ୍ଛାସେବୀ। ଘଟିଥିବା ପୂର୍ବଦିନର ଘଟଣାକୁ ପୁନରାବ୍ରୁତି କରାଇବାକୁ ନଦେଇ ସହଯୋଗର ହାତ ବଢାଇଲେ । ସଂପର୍କୀୟ କିମ୍ବା ସ୍ଥାନୀୟ ଲୋକେ କେହି ନ ଆସିବାରୁ ଘଣ୍ଟା ଘଣ୍ଟା ଧରି ପଡିରହିଥିବା ଶବକୁ ସତ୍କାର କଲେ।

ସୂଚନା ଅନୁଯାୟୀ, କବିସୂର୍ଯ୍ଯନଗର ଅଞ୍ଚଳର ଜଣେ ବ୍ଯବସାୟୀଙ୍କ ପାଖରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା। ପୁଅର ଏଭଳି ଖବର ଜାଣି ଭାଙ୍ଗିପଡିଥିଲେ ବୁଢା ବାପା । ହଠାତ୍ ବାପାଙ୍କର ମଧ୍ଯ କୌଣସି କାରଣକୁ ପ୍ରାଣ ବାୟୁ ଉଡିଗଲା । ତେବେ ଶବ ଉଠାଇବାକୁ କେହି ବି ଆସିଲେନାହିଁ କି ସମବେଦନା ମଧ୍ଯ କେହିବି ଦେଲେନି । ଘଣ୍ଟା ଘଣ୍ଟା ଧରି ପଡିରହିଲା ଶବ।

ଏହାପରେ ଏନେଇ ପ୍ରଶାସନକୁ ଅବଗତ କରାଯିବାପରେ, ଏନଏସି ର କିଛି ସ୍ବେଚ୍ଛାସେବୀ ଶବ ସତ୍କାର ପାଇଁ ଆଗକୁ ଆସିଲେ। ବ୍ଳକ୍ ତରଫରୁ ୪ଜଣ ସ୍ବେଚ୍ଛାସେବୀଙ୍କୁ ପିପିଇ କିଟ୍ ପ୍ରଦାନ କରାଗଲା। ଏହାପରେ ସେମାନେ ଶବ ସତ୍କାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.