ପାଣିରେ ଚାଲିବ ଏହି ‘ସୁପରକାର୍’, ଜାଣନ୍ତୁ କ’ଣ ରହିଛି ଏହାର ଖାସିୟତ

ଏଭଳି ଏକ ସାନଦାର୍ ‘ସୁପରକାର୍’ ଆସିଛି, ଯାହା ପାଣି ଉପରେ ଚାଲୁଛି। ଆଜ୍ଞା ହଁ ଏକଥା ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ଯ ବିଲକୁଲ୍ ସତ। ବାସ୍ତବରେ ଏହା ଏକ ଡଙ୍ଗା, ଯାହା ଦେଖିବାକୁ ବିଲକୁଲ୍ ସୁପରକାର୍ ଭଳି। ଏହି କାର୍ ଇଟାଲୀର ଦିଗ୍ଗଜ କମ୍ପାନୀ Lamborghini ନିର୍ମାଣ କରିଛି। ଏହା କମ୍ପାନୀର ହାଇପରକାର୍ Sian FKP 37 ଦ୍ବାରା ପ୍ରେରିତ ହୋଇଛି। ଏହାର ମୂଲ୍ଯ ୨୭ଲକ୍ଷ ପାଉଣ୍ଡ ଅର୍ଥାତ ପାଖାପାଖି ୨୫.୨୨ କୋଟି ଟଙ୍କା। ତେବେ ଆସନ୍ତୁ ଜାଣିବା ଏହି ସାନଦାର୍ କାର୍ ବିଷୟରେ କଣ ରହିଛି ଖାସ୍।

car2ଏହି ସାନଦାର୍ କାର୍ ର ନାଁ ‘Tecnomar for Lamborghini 63’। ଏହାର ଓଜନ ୨୪ ଟନ୍, ଯାହା ଏକ ଲମ୍ବରଗିନି ସୁପରକାର୍ ଠାରୁ ପାଖାପାଖି ୧୫ ଗୁଣା ଅଧିକା। କିନ୍ତୁ ଏହା ଏକ ଡଙ୍ଗା ତୁଳନାରେ ଖୁବ୍ ହାଲୁକା। ସେହିଭଳି ଏହାର ଲମ୍ବା ୬୩ ଫୁଟ୍। ଏଥିରେ ୨ଟି MAN V-12 ଇଂଜିନ ଦିଆଯାଇଛି, ଯାହା ୪ହଜାର ହର୍ସପାୱର ଜେନରେଟ କରିଥାଏ।

car3ଲମ୍ବରଗିନିର ଦାବି ଅନୁଯାୟୀ ଏହି ଲଗ୍ଜୁରୀ କାରର ସ୍ପିଡ ଘଣ୍ଟା ପ୍ରତି ୧୧୧ କି.ମି ରହିଛି। ସେହିଭଳି ଏହାର କ୍ରୁଜିଂଗ ସ୍ପିଡ ଘଣ୍ଟାପ୍ରତି ପାଖାପାଖି ୭୪ କି.ମି ରହିଛି। ସୂଚନା ମୁତାବକ କମ୍ପାନୀ କେବଳ ୬୩ଟି କାର୍ ନିର୍ମାଣ କରିବା ପରେ ଆସନ୍ତା ୨୦୨୧ରେ ଏହାର ବିକ୍ରୀ ଆରମ୍ଭ ହେବ। ଗୋଟିଏ କାରର ମୂଲ୍ଯ ପାଖାପାଖି ୨୫.୨୨ କୋଟି ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.