Below header

ଭୋଟର ତାଲିକା ସଂଶୋଧନ କରିବାକୁ ଚାହୁଁଛନ୍ତି କି? ଆଜିଠୁ ପ୍ରକ୍ରିୟା ଆରମ୍ଭ: ଅନଲାଇନରେ କରିପାରିବେ ଆବେଦନ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ । ୩୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ । ଯେଉଁମାନେ ନାମ ସାମିଲ କରିବାକୁ ଥିବେ ବା କାଟିବାକୁ ଚାହୁଁଥିବେ ସେମାନେ କରିପାରିବେ । କୌଣସି ଭୋଟର ସଂଶୋଧନ କରିବାକୁ ଚାହୁଁଥିବେ, ସେମାନେ ଆଜିଠୁ ୩୦ ତାରିଖ ମଧ୍ୟରେ ଆବେଦନ କରିପାରିବେ ।

ଜାନୁଆରୀ ପହିଲା ୨୦୨୨ ସୁଧା ୧୮ ବର୍ଷ ହେଉଥିଲେ ନୂତନ ଭୋଟର ଭାବେ ପଞ୍ଜିକରଣ କରିପାରିବେ । ଠିକଣା ପରିବର୍ତ୍ତନ ମଧ୍ୟ କରିହେବ । ସେହିପରି ଯେଉଁ ଯୋଗ୍ୟ ଭୋଟରଙ୍କର ନାଁ ତାଲିକାରେ ନଥିବ କିମ୍ବା ତ୍ରୁଟି ରହିଥିବ ଅଥବା ଯେଉଁମାନେ ଭୋଟର ତାଲିକାରୁ ନାଁ କାଟିବାକୁ ଚାହୁଁ ଥିବେ ସେମାନେ ଆବେଦନ କରି ପାରିବେ । ଏହି ବ୍ୟବସ୍ଥା ଚଳିତ ଥର ଅନଲାଇନ ବ୍ୟବସ୍ଥାରେ କରାଯିବ ।

ଏକ ସ୍ୱତନ୍ତ୍ର ଆପ୍‌ ମାଧ୍ୟମରେ ଭୋଟରମାନେ ସଂଶୋଧନ ପାଇଁ ଆବେଦନ କରି ପାରିବେ । ଜାନୁଆରୀ ୬ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏହା ପରେ ସରକାରୀ ଅଧିକାରୀମାନେ ଘରକୁ ଯାଇ କାର୍ଡ ଯୋଗାଇଦେବେ କିମ୍ବା ସ୍ପିଡ ପୋଷ୍ଟ ମାଧ୍ୟମରେ ଘରକୁ ଭୋଟର କାର୍ଡ ପଠାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.