Below header

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ସକାଳ ୬ଟାରୁ ୯ଟା ଯାଏ ଟିକେଟ୍‌ ଉପଲବ୍ଧ

ବାରିପଦା(କେନ୍ଯୁଜ୍):ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । କୋଭିଡ୍‌ ପାଇଁ ଗତ ମେ ମାସରୁ ବନ୍ଦ ଥିଲା ଅଭୟାରଣ୍ୟ । ଦୀର୍ଘ ଦିନ ପରେ ଖୋଲିଛି ଶିମିଳିପାଳ । ପ୍ରବେଶ ପାଇଁ ଅନୁମତି ପତ୍ର ବାରିପଦା ପିଠାବଟା ଓ ଯଶିପୁର କାଣିଆଣି ବୁକିଂ କାଉଣ୍ଟାରୁ ନେଇହେବ । ସକାଳ ୬ଟାରୁ ୯ଟା ଯାଏ ଟିକେଟ୍‌ ଉପଲବ୍ଧ ହେବ ।

ଯଶିପୁର ଦେଇ ୩୫ଟି ଗାଡ଼ ଓ ବାରିପଦା ପିଠାବଟା ଦେଇ ୨୫ଟି ଗାଡି ଯିବାକୁ ଅନୁମତି ଦିଆଯିବ। କୋଭିଡ୍‌ ନିୟମ ଯେପରି କଡାକାଡି ପାଳନ କରାଯିବ ସେନେଇ ଗୁରୁତ୍ୱ ଦେଇଛନ୍ତି କତ୍ତୃପକ୍ଷ । ପର୍ଯ୍ୟଟକଙ୍କ ପାଇଁ କୁମାରୀ, ରାମତୀର୍ଥ, ଗୁଡୁଗୁଡିଆ ଓ ଜାମୁଆଣୀରେ ଥିବା ଯାତ୍ରୀ ନିବାସରେ ରାତ୍ରୀଯାପନର ବ୍ୟବସ୍ଥା ରହିଛି । ରାତ୍ରୀ ଯାପନ ବୁକିଂ ପାଇଁ ପର୍ଯ୍ୟଟକ www.ecotourodisha.com ୱେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରିପାରିବେ ।

ରାତ୍ରୀ ଯାପନ କରୁଥିବା ପର୍ଯ୍ୟଟକମାନେ ନୂତନ ଭାବେ ନିର୍ମିତ ୱାଚ୍‌ ଟାୱାର ଉପରୁ ବନ୍ୟଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ। ଏଥିସହ କିଛି ସ୍ଥାନରେ ଜଙ୍ଗଲ ମଧ୍ୟରେ ସାଇକେଲ ଚାଳନାର ମଧ୍ୟ ମଜା ଉଠାଇ ପାରିବେ । ଅପରାହ୍ନ ୩ଟା ପୂର୍ବରୁ ସମସ୍ତ ପର୍ଯ୍ୟଟକ ଯୋରନ୍ଦା ଓ ବରେହିପାଣୀ ଜଳପ୍ରପାତ ଓ ଅପରାହ୍ନ ୪ଟା ପୂର୍ବରୁ ଚହଲା ଛାଡିବାକୁ ନିୟମ ହୋଇଛି। ଚଳିତ ବର୍ଷ ଗାଇଡ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.