Below header

ପୌର ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା, ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ବର(କେନ୍ଯୁଜ୍): ପୌର ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା। ଚଳିତ ମାସ ଶେଷ ସୁଦ୍ଧା ସରିବ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପ୍ରକ୍ରିୟା। ପୌର ନିର୍ବାଚନକୁ ଅବାଧ ନିରପେକ୍ଷ କରିବାକୁ ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଛନ୍ତି। ତ୍ରୁଟିଶୂନ୍ୟ ଭୋଟର ତାଲିକା ଏବଂ ଅବାଧ, ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ଆଲୋଚନା ହେବ ।

ଏନେଇ ସବୁ ରାଜନୈତିକ ଦଳର ମତାମତ ନେବେ କମିଶନ। ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁଥିବା କାଉନସିଲର, କର୍ପୋରେଟର, ପୌର ପରିଷଦ ଅଧ୍ୟକ୍ଷ ଏବଂ ମହାନଗର ନିଗମ ମେୟର ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମାକୁ ବୃଦ୍ଧି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.