ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ, ୨୦ ହଜାର ୪୩୬ ବୁଥରେ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ବର(କେନ୍ଯୁଜ୍): ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ । ୩୦ ଜିଲ୍ଲାର ୬୮ଟି ବ୍ଲକରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ନିଆଯାଉଛି ଭୋଟ୍‌ । ୧୫ ଶହ ୧୪ ଗ୍ରାମପଞ୍ଚାୟତ, ୨୦ ହଜାର ୪୩୬ ଓ୍ଵାର୍ଡ ମେମ୍ବର ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା । ଏଥିପାଇଁ ୨୦ ହଜାର ୪୩୬ ବୁଥ୍‌ କରାଯାଇଛି ।

ସେଥିରୁ ୩ହଜାର ୬୫ଟି ଉତ୍ତେଜନା ପ୍ରବଣ । ଦ୍ୱିତୀୟ ପର୍ଯ୍ୟାୟରେ ୬୨ଲକ୍ଷ ୧୦ ହଜାର ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୭, ମୟୂରଭଞ୍ଜ ଜିଲ୍ଲାରେ ୧୨, କଟକରେ ୧୦ ଜିଲ୍ଲା ପରିଷଦ ଆସନରେ ଭୋଟଗ୍ରହଣ ହେଉଛି । ଫୋକସରେ ରହିଛି ମାଓଗଡ଼ରେ ନିର୍ବାଚନ ।

ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ଓ ଖଇରପୁଟ ବ୍ଲକରେ ମତଦାନ ଚାଲିଛି । ମାଓବାଦୀଙ୍କ ଭୟ ଥିବାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି । କୋରାପୁଟ ଜିଲ୍ଲାର କୋରାପୁଟ, ପଟାଙ୍ଗି ଓ ଜୟପୁର ବ୍ଳକରେ ଚାଲିଛି ମତଦାନ । ୭ଟି ଜିଲ୍ଲା ପରିଷଦ ଆସନରେ ଲଢୁଛନ୍ତି ୨୪ ଜଣ ପ୍ରାର୍ଥୀ । ଫୋକସରେ ପଟାଙ୍ଗି ବ୍ଲକର କୋଟିଆରେ ପଞ୍ଚାୟତ ନିର୍ବାଚନ । କୋଟିଆର ୧୩ଟି ୱାର୍ଡର ୫ଟି ବୁଥକୁ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.