ଚାଲିଛି କଟକ କ୍ଳବ୍‌ ନିର୍ବାଚନ ପାଇଁ ମତଦାନ, ଅପରାହ୍ନ ୪ଟାରୁ ଆରମ୍ଭ ହେବ ଭୋଟ ଗଣତି

କଟକ (କେନ୍ୟୁଜ): ଆଜି ରାଜ୍ୟର ଅନ୍ୟତମ ପୁରାତନ ଓ ପ୍ରତିଷ୍ଠିତ କଟକ କ୍ଳବ୍‌ ନିର୍ବାଚନ ପାଇଁ ମତଦାନ ଚାଲିଛି । ସଭାପତି ପଦବୀ ପାଇଁ ଲଢୁଛନ୍ତି ୨ ଜଣ ଆଶାୟୀ ଡ. ସଞ୍ଜୁକ୍ତା ମହାପାତ୍ର ଓ ଡ. ଜୟନ୍ତ କୁମାର ପଣ୍ଡା । ସେହିପରି ଉପସଭାପତି ପଦବୀ ପାଇଁ ଦୁଇ ଜଣ, ସାଧାରଣ ସମ୍ପାଦକ ପଦବୀ ପାଇଁ ତିନି ଜଣ, ଯୁଗ୍ମ ସମ୍ପାଦକ ପଦବୀ ପାଇଁ ଦୁଇ ଜଣ, କୋଷାଧ୍ୟକ୍ଷ ପଦବୀ ପାଇଁ ଦୁଇ ଜଣ ଏବଂ ୯ଟି କାର୍ଯ୍ୟକାରିଣୀ ସଦସ୍ୟ ପଦବୀ ପାଇଁ ୧୯ ଜଣ ଆଶାୟୀ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ୱିତା କରୁଛନ୍ତି ।

୧୨ଟାରୁ ମତଦାନ ଆରମ୍ଭ ହୋଇଛି । ୩ଟା ଯାଏ ଚାଲିବ । ଭୋଟିଂ ପାଇଁ ଦୁଇଟି ବୁଥ ବ୍ୟବସ୍ଥା କରାଯାଇଛି । କଟକ କ୍ଳବରେ ୧୫ ଶହରୁ ଅଧିକ ସଦସ୍ୟ ମତଦାନ ସାବ୍ୟସ୍ତ କରିବେ । ଅପରାହ୍ନ ୪ଟା ପରଠୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.