କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦୁଇ ଦିନ ବନ୍ଦ ରହିବ ଭିସୁଟ୍ , ନିଷ୍ପତ୍ତି ନେଲେ କ୍ୟାମ୍ପସ କର୍ତ୍ତୃପକ୍ଷ

ସମ୍ବଲପୁର(କେନ୍ୟୁଜ୍): ଭିସୁଟ୍ ରେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୨୮ ଏବଂ ୨୯ ତାରିଖ ଦିନ କ୍ଯାମ୍ପସକୁ ବନ୍ଦ କରିବା ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ପୂର୍ବ ଘୋଷଣା ଅନୁଯାୟୀ ଶନିବାର ଏବଂ ରବିବାର ଦିନ ଭିସୁଟ୍ ବନ୍ଦ ରହୁଥିବା ବେଳେ ଏହାକୁ ମିଶାଇ ୪ଦିନ ବନ୍ଦ ରହିବ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ସୂଚନା ମୁତାବକ ଗତ ୨୩ ତାରିଖ ଦିନ ଇଲେକ୍ଟକ୍ରିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଏବଂ ସିଭିଲ ଇଞ୍ଜିନିୟରିଙ୍ଗ ବିଭାଗର ଜଣେ ସହଯୋଗୀ ପ୍ରଫେସର କରୋନା ସଂକ୍ରମିତ ହେବାରୁ ଏହି ଚାରିଦିନ କ୍ଯାମ୍ପସକୁ ସାନିଟାଇଜେସନ କରିବା ପାଇଁ ବନ୍ଦ କରାଯାଇଥିବା ବେଳେ ଏହି ସମୟ ମଧ୍ୟରେ ଅଧ୍ୟାପକମାନେ ନିଜ ଘରୁ ଅନଲାଇନ୍ କ୍ଲାସ୍ କରିବେ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି।