ପ୍ରବଳ ବର୍ଷାରେ ଦୁଇଟି ଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡି ୨ ମୃତ

ବାଲେଶ୍ୱର(କେନ୍ୟୁଜ୍): ପ୍ରବଳ ବର୍ଷାରେ ଭୁଷୁଡିଲା କାନ୍ଥ। କାନ୍ଥ ଭୁଶୁଡି ବାପା ମୃତ। ମାଆ ଓ ଝିଅ ଗୁରୁତର। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କାଲିକ ପଞ୍ଚାୟତ ଭଦୁଆ ଗାଁରେ ଏହି ଅଘଟଣ ଘଟିଛି। ଗତକାଲି ରାତିରେ ରବୀନ୍ଦ୍ର ବାରିକ, ତାଙ୍କ ସ୍ତ୍ରୀ ସୁମିତା ଓ ୪ ବର୍ଷର ଝିଅ ଶୋଇଥିବାବେଳେ ହତାଠ୍ କାନ୍ଥଟି ଭୁଷୁଡି ପଡିଥିଲା। ଏହାତଳେ ୩ଜଣ ଚାପି ହୋଇ ରହିଯାଇଥିଲେ। ଗାଁଲୋକେ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହାତୀଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବୀନ୍ଦ୍ର ବାରିକଙ୍କ ମୃତ୍ୟୁ ହୋଇଛି। ମାଆ ଓ ଝିଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପଟେ ଲଗାଣ ବର୍ଷାରେ ବି ଆଳିର ଅବସ୍ଥା ହାଲ୍ ବେହାଲ୍‌। କାନ୍ଥ ଭୁଷୁଡି ଜଣେ ମୃତ। କାନ୍ଥ ତଳେ ଚାପି ହୋଇ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର। ମୃତକ ଜଣକ କୈଳାଶ ସାମଲ । ଆଳି ଥାନା ଗଣେଶ୍ୱରପୁର ନୂଆସାହି ଗାଁରେ ଏହି ଅଘଟଣ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.