ଗତ ୧୨ ବର୍ଷ ଧରି ହସ୍ପିଟାଲରେ ଜନ୍ମ ହେଉଥିବା ଶିଶୁଙ୍କୁ ବଦଳାଇ ଦେଉଥିଲେ ଏହି ନର୍ସ, ଜାଣନ୍ତୁ କାହିଁକି

ଆପଣମାନେ ଅଧିକାଂଶ ସମୟରେ ଶୁଣିଥିବେ କି ଭାଇ-ଭଉଣୀ ନିଜ ନିଜ ଭିତରେ ଝଗଡା ହେବା ସମୟରେ କହିଦେଇଥାନ୍ତି କି ତତେ ହସ୍ପିଟାଲରେ ବଦଳି ଦିଆଯାଇଥିଲା କିମ୍ବା ତୁ ମୋର ଭାଇ କି ଭଉଣୀ ନୁହେଁ। କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏପରି ଏକ ସତ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି।

cuteଜଣେ ନର୍ସ ନିଜେ ଏହି କଥାକୁ ସ୍ୱିକାର କରିଛନ୍ତି। ସେ କହିଛନ୍ତି ପୂର୍ବ ୧୨ ବର୍ଷ ହେବ ତାଙ୍କର ମ୍ୟାଟେରନିଟି ଓ୍ଵାର୍ଡରେ ଡ୍ୟୁଟି ରହିଥିଲା। ଏହି ସମୟରେ ସେ ପାଖାପାଖି ୫୦୦୦ ଶିଶୁଙ୍କୁ ବଦଳାଇ ଦେଇଥିଲେ। ରିପୋର୍ଟ ଅନୁଯାୟୀ ଏଲିଜାବେଥ୍ ବ୍ୟାୟଓ୍ଵା ମେଓ୍ଵାସା ନାମକ ଜଣେ ନର୍ସ ଟର୍ମିନାଲ କ୍ୟାନ୍ସର ରୋଗରେ ପିଡିତ ଥିବା ସତ୍ତ୍ୱେ ମଧ୍ୟ ନିଜେ ଏହି ବୟାନ ରଖିଛନ୍ତି। ମେଓ୍ଵାସାଙ୍କ କହିବା ଅନୁଯାୟୀ ପିଲାମାନଙ୍କୁ ବଦଳାଇବାରେ ତାଙ୍କୁ ବହୁତ ମଜା ଆସୁଥିଲା। ମେଓ୍ଵାସା ଜାମ୍ବିୟାର ୟୁନିଭରସିଟି ଟିଚିଙ୍ଗ ହସ୍ପିଟାଲରେ ନିଜର କଣ୍ଟ୍ରାକ୍ଟ ଜରିଆରେ ଏପରି କରିଥିଲେ। ଏହି ପରିବର୍ତ୍ତନ ୧୯୮୩ ମସିହାରୁ ୧୯୯୫ ମସିହା ମଧ୍ୟରେ ଜନ୍ମ ହୋଇଥିବା ପିଲାମାନଙ୍କ ମଧ୍ୟରେ ହୋଇଛି। ମେଓ୍ଵାସାଙ୍କର ଏହି ସତ୍ୟତା ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ବର୍ତ୍ତମାନ ନର୍ସ ଜଣକ ନିଜର ଏହି ଅପରାଦ ସ୍ୱିକାର କରିଛନ୍ତି କାରଣ ମୃତ୍ୟୁ ପରେ ସେ ନର୍କକୁ ଯିବାକୁ ଚାହୁଁ ନାହାନ୍ତି। ସେ ପାପ କରିଛନ୍ତି ବୋଲି ମଧ୍ୟ ନିଜେ ସ୍ୱିକାର କରିଛନ୍ତି।

baby kid

ଏହାସହ ପଢନ୍ତୁ: ସମୁଦ୍ର ଭିତରେ ରହିଛି ଏଭଳି ଘର, ଯାହାକୁ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

କେବଳ ଏତିକି ନୁହେଁ, ମେଓ୍ଵାସାଙ୍କ କାରଣରୁ ଅନେକ ବିଶ୍ୱସ୍ତ ଯୋଡିଙ୍କର ମଧ୍ୟ ଛାଡପତ୍ର ହୋଇଯାଇଛି। ବାସ୍ତବରେ ଯେତେବେଳେ ପିଲା ଏବଂ ଉଭୟ ଦମ୍ପିତିଙ୍କର ଡିଏନଏ ଟେଷ୍ଟ ହୋଇଥାଏ ସେତେେବେଳ ଡିଏନଏ ନ ମିଶିବା କାରଣରୁ ଉଭୟ ଦମ୍ପତିଙ୍କ ମଧ୍ୟରେ ଝଗଡା ହେବା ସହ ଛାଡପତ୍ର ମଧ୍ୟ ହୋଇଯାଇଥାଏ। କିନ୍ତୁ ଏହି ହସ୍ପିଟାଲର ଷ୍ଟେଟମେଣ୍ଟ ଅନୁଯାୟୀ ଦାବି କରାଯାଛି କି ତାଙ୍କର ଏହି ହସ୍ପିଟାଲରେ ଏହି ନାଁ ରେ କୌଣସି ଭି ନର୍ସ କେବେ କାମ କରିନାହାନ୍ତି। ଏହି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଗଣମାଧ୍ୟମ ଜରିଆରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.