Below header

କରଞ୍ଜିଆ: ହାତୀ ପଲକୁ ଘୌଡାଇଲେ ଗାଇଗୋଠ ପଲ, ଭୟରେ ଛତ୍ରଭଙ୍ଗ ଦେଲେ ହାତୀ, ଦେଖନ୍ତୁ କୌତୁକିଆ ଭିଡିଓ

କରଞ୍ଜିଆ(କେନ୍ୟୁଜ୍):  କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ୨୦ ଦିନ ହେଲାଣି  ହାତୀ ଉପଦ୍ରବ ଜାରି ରହିଛି । ଗତ ୨୦ ଦିନ ମଧ୍ୟରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ କିଛି ଘର ଭାଙ୍ଗିଲେଣି ହାତୀପୋଲ ।ତେବେ ଗତକାଲି ଦୁଧିଆଣି ରେଞ୍ଜ ଅନ୍ତର୍ଗତ ଦରି ଗ୍ରାମପଞ୍ଚାୟତ ତଟାସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ତଟା ସାହିରେ କାଲି ଦିନବେଳା ହାତୀମାନେ ଜଙ୍ଗଲରୁ ବାହାରିଆସି ଏକ ପଡିଆ ନିକଟରେ ରୁଣ୍ଡ ହଇଥିଲେ । ସେତିକିବେଳେ ଗ୍ରାମର ଗାଈ ଗୋଠ ମାନେ ହାତୀକୁ ଦେଖି ସଙ୍ଘବୋଧ ଭାବେ ହାତୀ ନିକଟକୁ ଦୌଡି ଯାଇ  ହାତୀମାନଙ୍କୁ ଘୌଡାଇ ଥିଲେ।  ହାତୀମାନେ ମଧ୍ୟ ଏପଟ ସେପଟ ଦୌଡ଼ି ବଳଦ ଗୋଠ ସହିତ  ମିଶି ଯାଇଥିଲେ । ତେବେ ଲୋକମାନେ ମଧ୍ୟ ଏଇ ଦୃଶ ଦେଖି ହୋ-ହାଲ୍ଲା କରିବାରୁ ହାତୀ ଏବଂ ବଳଦ ମାନେ ଏଣେତେଣେ ଦୌଡା ଦୌଡ଼ି କରିଥିବାର ଦୃଶ ଦେଖିବାକୁ ମିଳିଥିଲା । ଏପରି ଦୃଶ ବିରଳ ବୋଲି ଲୋକେ କହୁଥିବାର ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.