ଜଳବନ୍ଦୀ ଘେରରେ ପୁରୀ ଧୋବାଖାଲ୍‌ ବସ୍ତି, ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି ବସ୍ତି ବାସିନ୍ଦା

ପୁରୀ ପୌରପାଳିକା ଅନ୍ତର୍ଗତ ଆଇଟିଆଇ ଧୋବାଖାଲ୍‌ ବସ୍ତିର ଲୋକେ ଜଳବନ୍ଦୀ । ତଳି ଓ ଖାଲୁଆ ଅଞ୍ଚଳ ହୋଇଥିବାରୁ ବର୍ଷାଜଳ ଜମାହୋଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପିଲାମାନେ ସ୍କୁଲ ଯାଇପାରୁନାହନ୍ତି। ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଏବେ ବି ଅନେକ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ବର୍ଷା ଜଳ ନିଷ୍କାସିତ ହୋଇପାରୁନଥିବାରୁ କିଛି ବସ୍ତି ବାସିନ୍ଦା ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି। ସମଗରା, ବାଲିଗୁଆଳି, ଗୋପାଳପୁର ଏବଂ ଭୂଦାନ ନଗରର ବର୍ଷା ଜଳ ସମୁଦ୍ରରେ ମିଶିବା କଥା । ମାତ୍ର ଡ୍ରେନେଜ୍‌ ବ୍ୟବସ୍ଥା ନଥିବାରୁ ଏ ସମସ୍ତ ଅଞ୍ଚଳର ବର୍ଷା ଜଳ ସିଧାସଳଖ ଧୋବାଖାଲ ବସ୍ତି ଓ ବାଙ୍କୀମୁହାଣ ଦେଇ ସମୁଦ୍ରକୁ ଯାଉଛି। ବର୍ଷା ଛା଼ଡିଯାଇଥିଲେ ମଧ୍ୟ ରାସ୍ତା ଉପରେ ଥିବା ଲୋକଙ୍କୁ ପଲିଥିନ୍‌ ଓ ରନ୍ଧାଖାଦ୍ୟ ମିଳିନଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳଙ୍କୁ ଭେଟି ସହାୟତା ପାଇଁ ନିବେଦନ କରିଛନ୍ତି ବସ୍ତିବାସିନ୍ଦା। ସମସ୍ୟାର ତୁରନ୍ତ ସମାଧାନ ନହେଲେ ବସ୍ତିବାସିନ୍ଦା ବାଧ୍ୟ ହୋଇ ରାସ୍ତାରୋକ କରିବେ ବୋଲି କହିଛନ୍ତି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.