Below header

ପ୍ରଥମ ଥର ଦିଲ୍ଲୀ ଢାଞ୍ଚାରେ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ, ପ୍ରଦର୍ଶନୀ ପଡ଼ିଆରେ ବିଶେଷ ଆୟୋଜନ

ଭୁବନେଶ୍ବର(କେନ୍ୟୁଜ୍): ଦିଲ୍ଲୀ ଢାଞ୍ଚାରେ ପ୍ରଥମ ଥର ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ । ଏଥର ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ପଡ଼ିଆରେ ପହଞ୍ଚି ତଦାରଖ କରିଛନ୍ତି ଗୃହ ସଚିବ ଅସିତ ତ୍ରିପାଠୀ । ସେହିପରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ୯ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ହେବ । ଗାନ୍ଧିଜୀ ବିଭିନ୍ନ ସମୟରେ ଓଡ଼ିଶା ଗସ୍ତରେ ଆସିଥିଲେ । ଏହିା ଗସ୍ତ ବେଳେ ତାଙ୍କ ସ୍ମୃତି ସହ ଜଡ଼ିତ ବିଭିନ୍ନ ସାମଗ୍ରୀ ସ୍ଥାନ ପାଇବ । ଏହାସହ ବହୁ ଗାନ୍ଧିଜୀଙ୍କ ବହୁ ଫଟୋ ମଧ୍ୟ ପ୍ରଦର୍ଶିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.