Below header

ଓଡ଼ିଶାର ସଦସ୍ୟତା ଅଭିଯାନର ସମୀକ୍ଷା କଲେ ଶିବରାଜ ସିଂ ଚୌହାନ, ୫୦ ଲକ୍ଷରେ ସଦସ୍ୟ ସଂଖ୍ୟା ପହଞ୍ଚାଇବା ଟାର୍ଗେଟ

ଭୁବନେଶ୍ବର (କେନ୍ୟୁଜ୍):  ଆରମ୍ଭ ହୋଇଛି ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା । ସଦସ୍ୟତା ଅଭିଯାନକୁ ତ୍ୱରାନ୍ଵିତ କରିବା ପାଇଁ ଓଡ଼ିଶା ଆସିଛନ୍ତି ସଦସ୍ୟତା ଅଭିଯାନର ଜାତୀୟ ଆବାହକ ଶିବରାଜ ସିଂ ଚୌହାନ । ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ସଦସ୍ୟତା ଅଭିଯାନ ସଂପର୍କରେ ଆଲୋଚନା କରିଛନ୍ତି । ଓଡ଼ିଶାରୁ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ଶିବରାଜ । ସେ କହିଛନ୍ତି, ଓଡିଶାରେ ସଦସ୍ୟତା ଅଭିଯାନ ଭଲ ଚାଲିଛି । ଆଗାମୀ ଦିନରେ ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ଓ ଜମ୍ମୁ କାଶ୍ମୀରରେ ବିଜେପି ସରକାର ଗଠନ କରିବ

ଆହୁରି ପଢନ୍ତୁ: ଢେଙ୍କାନାଳ: ଜିଲ୍ଲାପାଳ ସାଜିଲେ ଶିକ୍ଷକ, ସ୍କୁଲରେ ପିଲାଙ୍କୁ ପଢାଇଲେ ପାଠ

ବିଜେପିର ସଦସ୍ୟତା ଅଭିଯାନ ଜୁଲାଇ ୬ରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୨୦ ତାରିଖ ପଯ୍ୟର୍ନ୍ତ ଚାଲିବ । ଏହାକୁ ଆଗକୁ ନେବା ପାଇଁ ଦଳୀୟ ନେତା ଲାଗିପଡିଛନ୍ତି । ସଦସ୍ୟତା ଅଭିଯାନ ଶେଷ ହେବା ପରେ ଆରମ୍ଭ ହେବ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା । ପ୍ରଥମେ ମଣ୍ଡଳ ସଭାପତି, ପରେ ଜିଲ୍ଲା ସଭାପତି ଓ ପରେ ରାଜ୍ୟ ସଭାପତି ନିର୍ବାଚନ ହେବ । ରାଜ୍ୟ ସଭାପତି ଦୌଡରେ ଅଛନ୍ତି କେ.ଭି ସିଂଦେଓ, ସାଂସଦ ଜୁଏଲ ଓରାମ ଓ ସୁରେଶ ପୁଜାରୀ ସମସ୍ତ ପ୍ରକ୍ରିୟା ଡିସେମ୍ବର ଶେଷ ସୁଦ୍ଧା ସରିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.