ବ୍ରହ୍ମପୁର(କେନ୍ୟୁଜ୍): ବର୍ଷା ଦିନେ ବି ପାନୀୟ ଜଳ ଅଭାବ। ପିଇବା ପାଣି ଯୋଗାଣ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ। ବ୍ରହ୍ମପୁର ମହାନଗର ନିଗମ ୩୩ ନମ୍ବର ୱାର୍ଡ ଗଜପତି ନଗରରେ ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତାରୋକ। ପାଣିଟାଙ୍କି ନିର୍ମାଣ କରି ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଉଛି।