ବିବାହ ବନ୍ଧନରେ ବାନ୍ଧିହେଲେ ଅମିତ୍ ଓ ଆଦିତ୍ୟ, ଜନତା ଦେଲେ ଏପରି ରିଆକ୍ସନ୍

ଅମିତ୍ ଶାହ ଏବଂ ଆଦିତ୍ୟ ମଦିରାଜୁ ସବୁଦିନ ପାଇଁ ପରସ୍ପରର ହୋଇଯାଇଛନ୍ତି । ଦୁହେଁ ଆମେରିକାର ନ୍ୟୁ ଜର୍ସି ରାଜ୍ୟର ଶ୍ରୀ ସ୍ବାମୀନାରାୟଣ ମନ୍ଦିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହ ଦ୍ବାରା ସେହି ପ୍ରେମ ଯୋଡି ମାମନଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି ଯେଉଁମାନେ ପ୍ରେମକୁ ଆବଦ୍ଧ ମୁକ୍ତ ବୋଲି ଭାବିଥାନ୍ତି । ଏବେ ଏହି କପଲଙ୍କ ବିବାହ ଫଟୋ ଇଂଟରନେଟ୍ ରେ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ବହୁ ଲୋକ ଏହି ସୁନ୍ଦର ଯୋଡିକୁ ବିବାହ ଜୀବନ ସୁଖମୟ ହେବା ନେଇ ଶୁଭକାମନା ଜଣାଇଛନ୍ତି ।

 

View this post on Instagram

 

Love is meant to be celebrated. Outfits | @anitadongre #l Photography | @charmipena

A post shared by Amit Shah – Creative Director (@amit_aatma) on

କିପରି ହୋଇଥିଲା ଦୁହିଁଙ୍କ ମଧ୍ୟରେ ସାକ୍ଷାତ:

ଦୁହିଁଙ୍କ ସାକ୍ଷାତ ଏକ ବାରରେ ହୋଇଥିଲା । ଯେଉଁଠାରେ ପରସ୍ପରଙ୍କ ମଧ୍ୟରେ ନମ୍ବର ଦେବାନେବା ହୋଇଥିଲା। ଏହାପରେ ପରସ୍ପରଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଡେଟ୍ । ୩ବର୍ଷ ଏମିତି କଟିବା ପରେ ଦୁହେଁ ବିବାହ କରିଛନ୍ତି । ଯାହାର ଫଟୋ ଲୋକଙ୍କ ମନକୁ ଛୁଇଁ ଯାଇଛି।

ଏହି କପଲଙ୍କ ଫଟୋ ସେୟାର କରି ହରିଶ ଅଧ୍ୟର ଟ୍ବିଟ୍ କରି ଲେଖିଛନ୍ତି କି, ମୁଁ ଅମିତ୍ ଏବଂ ଆଦିତ୍ୟଙ୍କୁ ସେମାନଙ୍କ ବୈବାହିକ ଜୀବନ ପାଇଁ ଶୁଭକାମନା ଜଣାଉଛି । ସାଙ୍ଗମାନେ ଗୋଟେ ଦିନ ଏମିତି ଆସିବ ଯେବେ ଆମେ ଅନୂଭବ କରିବା ଏମାନେ ସମଲିଙ୍ଗୀ ବିବାହ ନୁହେଁ ବରଂ ବିବାହ କରିଛନ୍ତି । କିନ୍ତୁ, କିଛି ଲୋକ ଏହି ବିବାହକୁ ନେଇ ଆପତ୍ତି ଉଠାଇଛନ୍ତି । ସେମାନେ କହିଛନ୍ତି କି ଯେବେ ଲଡକା-ଲଡକା ରାଜି,ତୋ କ୍ୟା କରେଗା କାଜି ! ସୂଚନା ଥାଉକି ଅମିତ୍ ଜଣେ କରିୟୋଗ୍ରାଫର ଥିବାବେଳେ ଆଦିତ୍ଯ ଏକ କମ୍ପାନୀରେ କାର୍ଯ୍ଯରତ ଅଛନ୍ତି ।

ଏହାସହ ପଢନ୍ତୁ : ଲାଇଭ୍ ସୋ ରେ ଚାଲିଗଲା ଲାଇଫ୍, କମେଡି ଭାବି ଦର୍ଶକ ମାରୁଥିଲେ ତାଳି

 

View this post on Instagram

 

Thank you everyone ♥️ Event | Mehendi Outfit | @livebohame Photograph | @paulosalud #shahdiraju #mehendi #wedding

A post shared by Aditya Madiraju (@mad_adiyoo) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.