ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି , ଭଦ୍ରକ ଚାନ୍ଦବାଲିରେ ପାଣି ଟୋପେ ପାଇଁ ହଇରାଣ ହେଉଛନ୍ତି ଲୋକେ

ଭଦ୍ରକ(କେନ୍ୟୁଜ୍): ବଢୁଛି ଖରା । ଆରମ୍ଭ ହେଲାଣି ଗରମ ଓ ଗୁଳୁଗୁଳି । ତା ସହ ଦେଖାଦେଲାଣି ଜଳକଷ୍ଟ । ଏନେଇ ଲୋକଙ୍କ ଯନ୍ତ୍ରଣା ମଧ୍ୟ ବଢିବାରେ ଲାଗିଛି । ଭଦ୍ରକ ଚାନ୍ଦବାଲିରେ ମଧ୍ୟ ତାତି ବଢିବାରେ ଲାଗିଛି । ଦିନ ୧୧ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ତାତି ଯୋଗୁ ଲୋକ କଷ୍ଟ ଅନୁଭବ କରୁଥିବାବେଳେ, ପିଇବା ପାଣି ଟୋପେ ପାଇଁ ହଇରାଣ ହେଉଛନ୍ତି ।

Jalachatraଚାନ୍ଦବାଲି ବ୍ଳକ ଓ ଏନଏସି ପ୍ରଶାସନ ତରଫରୁ କୌଣସି ସ୍ଥାନରେ ଜଳଛତ୍ର ଖୋଲା ଯାଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଆଗକୁ ଆହୁରି ତାତି ବଢିବ । ତେଣୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବାକୁ ଦାବି ହୋଇଛି । ଅନ୍ୟପଟେ ଚାନ୍ଦବାଲି ବିଡିଓ କହିଛନ୍ତି ଜଳଛତ୍ର ଖୋଲାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.