Below header

ପାଣିପାଗ : ଆଗାମୀ ୨୬ ତାରିଖ ଯାଏ ଗରମ ଓ କାଳବୈଶାଖୀ ଭଳି ସ୍ଥିତି ରହିଛି ଓଡ଼ିଶା ଉପରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତ କିଛି ଦିନ ହେଲା ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଘଟିଛି । ଗତକାଲି କିଛି ଜିଲ୍ଲା ଘଡ଼ଘଡ଼ି ସହ ପ୍ରବଳ ବର୍ଷା ବି ହୋଇଛି । କେଉଁଠି ବଜ୍ରପାତରେ ଲୋକେ ମରିଛନ୍ତି ତ ଆଉ କେଉଁଠି କୁଆପଥର ବର୍ଷା ହୋଇଛି । ଏହି ସ୍ଥିତି ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପଶ୍ଚିମ ବିଦର୍ଭ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ସମୁଦ୍ର ପତନର ଦେଢ଼ କିଲୋମିଟର ଉପରେ ରହିଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ଅଳ୍ପ ପରିମାଣର ବର୍ଷା ହୋଇଥିବା ସୂଚନା ମିଳିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଗରମ ଅନୁଭୂତ ହୋଇଛି । ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୭.୧ ରେକର୍ଡ଼ କରାଯାଇଥିବା ବେଳେ ଭବାନୀପାଟଣାରେ ୩୬.୫, ମାଲକାନଗିରିରେ ୩୫.୬, ଗୋପାଳପୁର ୩୫.୪ ଡିଗ୍ରୀ ସେଲସିୟସ ରହିଥିଲା । ଭୁବନେଶ୍ୱରରେ ୩୪.୪ ଏବଂ ବଲାଙ୍ଗିର ଓ ଟିଟିଲାଗଡ଼ରେ ୩୪.୫, କଟକରେ ୩୩.୬ ଡିଗ୍ରୀ ସେଲସିୟସ ରହିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.