Below header

ଭୁବନେଶ୍ୱରରେ ଲାଗୁ ହେଲା ଅଡ୍‌ ଇଭିନ୍‌ ନମ୍ବର, ତାରିଖ ଅନୁସାରେ କାଲିଠାରୁ ଚାଲିବ ଗାଡ଼ି

ଭୁବନେଶ୍ୱର (କେନ୍ୟୁଜ୍‌) : କରୋନାର ଆଉ ଏକ ପ୍ରଭାବ । ଆସନ୍ତା କାଲିଠାରୁ ରାଜଧାନୀ ଭୁବନେଶ୍ୱରରେ ଲାଗୁ ହେଲା ଅଡ୍‌/ଇଭିନ୍‌ ନମ୍ବର । ଅର୍ଥାତ୍‌ ଆସନ୍ତାକାଲି ଠାରୁ ସାଧାରଣ ପରିବହନରେ କାର୍ଯ୍ୟ କରୁଥିବା ବସ୍‌, ଟ୍ୟାକ୍ସି ଓ ଅଟୋରିକ୍ସା ଚାଲିବ । ଆସନ୍ତାକାଲି ୨୧ ତାରିଖ । ତେଣୁ ସଂଖ୍ୟା ଛିଣ୍ଡୁ ନଥିବା ନମ୍ବରର ଗାଡ଼ି ସବୁ ଚଳାଚଳ କରିବ । ସେହିପରି ୨୨ ତାରିଖରେ ଛିଡୁଥିବା ସଂଖ୍ୟା ନମ୍ବରର ଗାଡ଼ି ଚଳାଚଳ କରିବ । ଭୁବନେଶ୍ୱର ମହାନଗର ନିଗମ ଏହି ନିଷ୍ପତ୍ତି ନେଇଛି । ଅବଶ୍ୟ ପ୍ରାଇଭେଟ୍‌ ଗାଡ଼ିଗୁଡ଼ିକ ପାଇଁ ଏହି କଟକଣା ଲାଗୁ କରାଯାଇ ନାହିଁ । ସେହିପରି ହସପିଟାଲ, ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଥିବା ଗାଡ଼ିଗୁଡ଼ିକରେ ମଧ୍ୟ ଏହି ନିୟମ ଲାଗୁ ହେବ ନାହିଁ ।

ODD-1ପୂର୍ବରୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ଏଭଳି ନିୟମ ଲାଗୁ କରାଯାଇଥିଲା । ତେବେ କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.