ଦେଶଦ୍ରୋହ ଆଇନ ସ୍ଥଗିତାଦେଶ ପରେ କି ପ୍ରଭାବ ପଡିବ ସାରା ଦେଶରେ? କଣ ହେବ ୧୩ ହଜାର କଏଦୀଙ୍କ ଭାଗ୍ୟ

କେନ୍ୟୁଜ୍(ବ୍ୟୁରୋ): ବିବାଦରେ ଥିବା ଦେଶଦ୍ରୋହ ଆଇନ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିବା ପରେ ଏହାର କି ପ୍ରଭାବ ପଡିବ ସାରା ଦେଶରେ? ଆଇନଶୃଙ୍ଖଳା ପରିସ୍ଥିତି ବା ପୋଲିସ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ଅଧୀନରେ ଥିବାବେଳେ ସର୍ବୋଚ୍ଚ ଅଦାଲତଙ୍କ ଏହି ନିର୍ଦ୍ଦେଶ କିଭଳି ସମସ୍ତ ରାଜ୍ୟରେ କାର୍ଯ୍ୟକାରୀ ହେବ, ତାହା ଦେଖିବାର କଥା। ଏବେ ଦେଶର ବିଭିନ୍ନ ଅଦାଲତରେ ୮୦୦ରୁ ଉର୍ଦ୍ଧ୍ବ ଦେଶଦ୍ରୋହ ମାମଲା ବିଚାର ପାଇଁ ପଡି ରହିଥିବା ବେଳେ ଏଭଳି ମାମଲାରେ ୧୩ ହଜାରରୁ ଉର୍ଦ୍ଧ୍ବ ଲୋକ ଜେଲରେ ରହିଛନ୍ତି। ଏହି ଆଇନର ସମୀକ୍ଷା ନ ହେବା ପର୍ଯ୍ୟନ୍ତ ଏବେ ଆଉ ସାରା ଦେଶରେ ଦେଶଦ୍ରୋହ ମାମଲା ଦାୟର କରାଯାଇ ପାରିବ ନାହିଁ।

ବିଭିନ୍ନ କୋର୍ଟରେ ପଡି ରହିଥିବା ଏ ସଂକ୍ରାନ୍ତୀୟ ମାମଲା ଗୁଡିକର ବିଚାର ଉପରେ ମଧ୍ୟ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏଭଳି ମାମଲାରେ ସଜ୍ଜା ଭୋଗୁଥିବା କଏଦୀ କିମ୍ବା ଵିଚାରଧୀନ କଏଦୀ ଜାମିନ ଆବେଦନ କରି ଜାମିନରେ ଯାଇ ପାରିବେ। ବ୍ରିଟିଶ ଅମଳର ୧୫୨ ବର୍ଷର ଏହି ପୁରୁଣା ଆଇନକୁ ପ୍ରଥମ ଥର ପାଇଁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ଏହାପରେ ଏହି ଆଇନ ବା ଆଇପିସି ର ୧୨୪(କ) ଦଫାରେ କୌଣସି ଥାନାରେ ମାମଲା ରୁଜୁ ହେଲେ ଅଦାଲତ ଅବମାନନା ବୋଲି ଗ୍ରହଣୀୟ ହେବ ବୋଲି ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.