Below header

ଟ୍ୟୁସନ୍‌ରୁ ଫେରୁଥିବା ବେଳେ ଚଢ଼ିଗଲା ଟ୍ରକ, ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ

ଟ୍ୟୁସନ୍ ସାରି ଫେରୁଥିବା ଜଣେ ଛାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ । ଘଟଣାସ୍ଥଳରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଫଳରେ ଉତ୍ତ୍ୟକ୍ତ ଲୋକମାନେ ରଞ୍ଜା ଛକ ନିକଟର ରାସ୍ତାରେ ଟାୟାର ଜାଳି କ୍ଷତିପୂରଣ ନିମନ୍ତେ ମୃତକଙ୍କ ପରିବାର ଓ ଗ୍ରାମବସୀ ରାସ୍ତା ରୋକ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକ ମାନଙ୍କୁ ବୁଝାସୁଝା କରୁଛି ।

ଢେଙ୍କାନାଳ (କେନ୍ୟୁଜ): ଟ୍ୟୁସନ୍ ସାରି ଫେରୁଥିବା ଜଣେ ଛାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ । ଘଟଣାସ୍ଥଳରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଡେରା ସିଂହ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକମାନେ ରଞ୍ଜା ଛକ ନିକଟର ରାସ୍ତାରେ ଟାୟାର ଜାଳି କ୍ଷତିପୂରଣ ନିମନ୍ତେ ମୃତକଙ୍କ ପରିବାର ଓ ଗ୍ରାମବସୀ ରାସ୍ତା ରୋକ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକ ମାନଙ୍କୁ ବୁଝାସୁଝା କରୁଛି ।

ସୂଚନା ଅନୁସାରେ ମୃତ ଛାତ୍ରୀ ଜଣଙ୍କ ସ୍ଥାନୀୟ ଡେରା ସିଂହ ଗ୍ରାମର ରାଧାନାଥ ସାହୁଙ୍କ ଝିଅ ପଦ୍ମିନୀ ସାହୁ । ପଦ୍ମିନୀ ସ୍ଥାୟୀ ଡେରାସିଂହ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ । ସେ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଏକ ୪୦୭ ମିନି ଟ୍ରକ ଗାଡ଼ି ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ପଦ୍ମିନୀଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଦୁର୍ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟି ସାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.