ପ୍ରସ୍ତୁତ ହେଲା ଦୁନିଆର ସବୁଠୁ ବଡ ରୁଟି, ଯାହାର ଓଜନ ୧୭୧ କିଲୋଗ୍ରାମ

ଭିଲୱାଡାରେ ୧୭୧ କିଲୋଗ୍ରାମ ଏବଂ ୧୧ X ୧୧ ଫୁଟ୍‌ ଆକାରର ଏକ ରୁଟି ପ୍ରସ୍ତୁତ କରାଯାଇଛି । ଏହା ପୂର୍ବରୁ ଗୁଜୁରାଟର ଜାମନଗରଠାରେ ୧୪୫ କିଲୋଗ୍ରାମର ଏକ ରୁଟି ଗିନିଜ ୱାର୍ଲ୍ଡ ରେକର୍ଡ କରିଥିଲା । ଏହି ରେକର୍ଡ ଭାଙ୍ଗିବା ପାଇଁ ଏବେ ଏହି ନୂଆ ରୁଟି ତିଆରି କରାଯାଇଛି ।

ରାଜସ୍ଥାନର ଭିଲୱାଡାରେ ବିଶ୍ୱର ସବୁଠୁ ବଡ ରୁଟି ତିଆରି ହୋଇଛି ଯାହା ୱାର୍ଲ୍ଡ ରେକର୍ଡ କରିବ ବୋଲି ଦାବି କରାଯାଇଛି । ରବିବାର ଦିନ ରାଜସ୍ଥାନ ଜନମଞ୍ଚର ଜିଲ୍ଲା ଅଧ୍ୟକ୍ଷ କୈଳାସ ସୋନିଙ୍କ ଜନ୍ମଦିବସ ଅବସରରେ ହରିସେବା ଉଦାସୀନ ଆଶ୍ରମରେ ଏହି ରୁଟି ତିଆରି ହୋଇଛି । ଏହି ରୁଟିକୁ ତିଆରି କରିବା ପାଇଁ ୨୦୦୦ ଇଟାରେ ମାଟିର ଲେପ ଲଗାଇ ୧୦୦୦ କିଲୋଗ୍ରାମର କୋଇଲା ବ୍ୟବହାର ଯାଇଥିଲା ।

ମେସିନ୍‌ ଦ୍ୱାରା ଅଟା ଚକଟା ଯାଇଥିଲା । ଓଦା ଅଟା ଓଜନ ହେବା ସମୟରେ ଏହା ୨୦୭ କିଲୋଗ୍ରାମର ଥିଲା ଏବଂ ଚକଟା ଯିବା ପରେ ଏହା ୧୯୦ କିଲୋଗ୍ରାମ ହେଲା । ୨୧ ଜଣ ରୋଷେୟାଙ୍କ ଦ୍ୱାରା ଏହି ବିଶାଳକାୟ ରୁଟିକୁ ୨୦ ଫୁଟ୍‌ ଷ୍ଟିଲ୍‌ ବେଲଣା ବାଡିରେ ବେଲା ଯାଇଥିଲା । ଭଲ ଭାବରେ ସେକିବା ପାଇଁ ରୁଟି ଉପରେ ତାୱା ରଖାଯାଇଥିଲା । ଘିଅ ପକାଇ ଏହି ରୁଟିକୁ ସେକା ଯାଇଥିଲା । ରୁଟି ହେବା ପରେ ଏହା ୧୭୧ କିଲୋଗ୍ରାମର ହୋଇଥିଲା ।

ଏହି କାର୍ଯ୍ୟକ୍ରମର ଲାଇଭ୍‌ ରେକଡିଙ୍ଗ ମଧ୍ୟ କରାଯାଇଛି । ଏହାକୁ ବିଶ୍ୱ ରେକର୍ଡ କରିବା ପାଇଁ ଲିମକା ବୁକ୍‌ ଏବଂ ଗିନିଜ ୱାର୍ଲ୍ଡ ରେକର୍ଡରେ ଆବେଦନ କରାଯାଇଛି ।  ଆସୁଥିବା ଭକ୍ତ ଏବଂ ଦର୍ଶକମାନଙ୍କ ମଧ୍ୟରେ ପ୍ରସାଦ ରୂପରେ ଏହି ରୁଟିକୁ ତରକାରୀ ସହିତ ବଣ୍ଟାଯାଇଥିଲା । ପୁରୁଣା ୱାର୍ଲ୍ଡ ରେକର୍ଡ ଭାଙ୍ଗି ଏକ ନୂଆ ରେକର୍ଡ କରିବା ପାଇଁ ଏହି ରୁଟିକୁ ତିଆରି କରାଯାଇଥିଲା । ଏହି ରୁଟିର ଆକାର ୧୧ X ୧୧ ଫୁଟ୍‌ ସହିତ ଏହାର ଓଜନ ୧୭୧ କିଲୋଗ୍ରାମର ଥିଲା ।

ବିଜେପି ଜିଲ୍ଲା ପ୍ରବକ୍ତା ତଥା ରାଜସ୍ଥାନ ଜନମଞ୍ଚର ଜିଲ୍ଲା ଅଧ୍ୟକ୍ଷ କୈଳାସ ସୋନି କହିଛନ୍ତି, ସେ ତାଙ୍କ ଜନ୍ମଦିନରେ ଏହି ବଡ ରୁଟି କରୁଛନ୍ତି । ଏହା ପଛର ଲକ୍ଷ୍ୟ ହେଉଛି, ଆଜିକାଲିର ପିଢୀ ଜନ୍ମଦିନରେ କେକ୍‌ କାଟୁଛନ୍ତି । ନିଜ ସଂସ୍କୃତିକୁ ଭୁଲି ଯାଉଛନ୍ତି । ସେଥିପାଇଁ ସେ ଏକ ନୂଆ ପ୍ରୟାସ କରିଛନ୍ତି । ସନାତନ ତଥା ବୈଦିକ ସଂସ୍କୃତିକୁ ଆଖି ଆଗରେ ରଖି ସେ ବିଶ୍ୱର ସବୁଠାରୁ ବଡ ରୁଟି ବନାଇବା ଭଳି ପଦକ୍ଷେପ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.